ଜଗତସିଂହପୁର : ରାଜ୍ୟରେ ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ମୋ ଦଳର ମହାସଚିବ ପ୍ରଦୀପ ପ୍ରଧାନଙ୍କୁ ଓଡ଼ିଶା ପୋଲିସ ରାଜନୈତିକ ଉଦ୍ଦେଶ୍ୟ ମୂଳକ ଭାବେ ରାତିଅଧିଆ ଗିରଫ କରିଛି। ସବୁଠୁ ଲଜ୍ଜାକର ଓ କ୍ଷୋଭର କଥା ଯେ ଶ୍ରୀ ପ୍ରଧାନଙ୍କ ନାମରେ ସରକାର ବିଭିନ୍ନ ମିଥ୍ୟା ମକଦ୍ଦମା ଦାୟର କରିଛନ୍ତି। ଯେଉଁ ଯେଉଁ ଆନ୍ଦୋଳନରେ ଶ୍ରୀ ପ୍ରଧାନ ଉପସ୍ଥିତ ନଥିଲେ ବା ଉପସ୍ଥିତ ଥିଲେବି ଠେଲାପେଲା, ଗଡ଼ାପଡ଼ା ରେ କିମ୍ବା ମହିଳା କନେଷ୍ଟବଲ ଙ୍କୁ ଆଦୌ ଅସଦ ବ୍ୟବହାର କରିନଥିଲେ ବି ତାଙ୍କ ନାମରେ ଉଦ୍ଦେଶ୍ୟ ମୂଳକ ଭାବେ ବିଭିନ୍ନ ସଙ୍ଗୀନ ଦଫା ଶାସକ ଦଳର ରାଜନୈତିକ ଇଙ୍ଗିତରେ ଲଗାଯାଇଛି। ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଦୁର୍ନୀତି ଓ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରୁଥିବା ରାଜ ନେତାଙ୍କ ବିରୁଦ୍ଧରେ ଲାଗିଥିବା ଏହି ମାମଲାକୁ କେତେଦୂର ସତ୍ୟ ଓ ତଥ୍ୟ ଆଧାରିତ ଏହାକୁ ନିରପେକ୍ଷ ସଂସ୍ଥା ଦ୍ଵାରା ତଦନ୍ତ କରାଯାଇ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ଓ ମୋ ଦଳର ମହା ସଚିବ ପ୍ରଦୀପ ପ୍ରଧାନଙ୍କ ନାମରେ ଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ସହିତ ନିଃସର୍ଥ ଖଲାସ କରିବାକୁ ନେଇ ଏକ ଦାବିପତ୍ର ମହା ମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ଜଗତସିଂହପୁର ଜିଲ୍ଲା ମୋ ଦଳ ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ସ୍ଥାନୀୟ ଟାଉନ ହଲ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲା। ମୋ ଦଳର କର୍ମୀମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ଫାଟକରେ ଗଣ ସତ୍ୟାଗ୍ରହରେ ବସି ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ବାଜି କରିଥିଲେ।
“ମୋ ଦଳ”ର ମହାସଚିଙ୍କୁ ଗିରଫ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ସତ୍ୟାଗ୍ରହ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











