ଭୁବନେଶ୍ୱର : ଦିନକୁ ଦିନ ବଢୁଛି ଓଲିଉଡରେ କଳି । ସୋସିଆଲ ମିଡିଆ ମାଧ୍ୟମରେ ଆରୋପ ପ୍ରତ୍ୟାରୋପ ଚାଲିଛି । ତେବେ ଓଲିଉଡ କଳି ସମାଧାନ ପାଇଁ ଓଏଫଡିସିରେ ବୈଠକ ବସିଥିଲା । ବୈଠକ ପରେ ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି । କୁନା ତ୍ରିପାଠୀ କହିଛନ୍ତି , ଆଲୋଚନା ପାଇଁ ଡାକିଥିଲି , ଅରିନ୍ଦମ , ଶ୍ରୀତମ, ଟୁଟୁ ନାୟକ ଆସିଥିଲେ । ମନୋଜଙ୍କୁ ବାରମ୍ବାର ଫୋନ କର୍ିଥିଲେ ବି ସେ ଫୋନ ଉଠାଇଲେନି । ତଥାପି ଆମର ଚେଷ୍ଟା ରହିବ ଏ ଘଟଣା ଆଉ ଆଗକୁ ନ ବଢୁ ।
ଅନ୍ୟପଟେ ଓଲିଉଡ କଳି ଭିତରେ ପୁଣି ଏଣ୍ଟ୍ରି କରିଛନ୍ତି ନରସିଂହ ମିଶ୍ର । ମନୋଜ ମିଶ୍ରଙ୍କୁ ସମର୍ଥନ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ଜଣେ କଳାକାରଙ୍କୁ ଯେପରି ଅପମାନ କରାଗଲା ତାହା ନିନ୍ଦନୀୟ । ବ୍ୟାନ ପୂର୍ବରୁ ମନୋଜଙ୍କୁ କାରଣ ଦର୍ଶାଯାଇଥିଲା କି ? ରାଜ୍ୟ ସରକାର କେବଳ ଗୁମାସ୍ତାଙ୍କୁ ଧରି ବୟାନବାଜି କରୁଛନ୍ତି । ସମାଧାନ ପାଇଁ ନୁହେଁ , କେବଳ ଖସି ପଳାଇବାକୁ ଦରାଣ୍ଡି ହେଉଛନ୍ତି । ତୁରନ୍ତ ମନୋଜଙ୍କ ଉପରୁ ବ୍ୟାନ ପ୍ରତ୍ୟାହାର କର । ସେମାନେ କହୁଛନ୍ତି ଭୁଲ ଥିଲେ କ୍ଷମା ମାଗିବୁ , ପଶ୍ଚିମ ଓଡିଶା ଭାଷା ଓ କଳାକାରଙ୍କ ପ୍ରତି ଟିପ୍ପଣୀ ପାଇଁ କ୍ଷମା ମାଗ ।
ଓଲିଉଡ କଳି ସମାଧାନ ପାଇଁ ଓଏଫଡିସିରେ ବୈଠକ, ଫୋନ ଉଠାଇଲେ ନାହିଁ ମନୋଜ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...