ଭୁବନେଶ୍ୱର : ଦିନକୁ ଦିନ ବଢୁଛି ଓଲିଉଡରେ କଳି । ସୋସିଆଲ ମିଡିଆ ମାଧ୍ୟମରେ ଆରୋପ ପ୍ରତ୍ୟାରୋପ ଚାଲିଛି । ତେବେ ଓଲିଉଡ କଳି ସମାଧାନ ପାଇଁ ଓଏଫଡିସିରେ ବୈଠକ ବସିଥିଲା । ବୈଠକ ପରେ ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି । କୁନା ତ୍ରିପାଠୀ କହିଛନ୍ତି , ଆଲୋଚନା ପାଇଁ ଡାକିଥିଲି , ଅରିନ୍ଦମ , ଶ୍ରୀତମ, ଟୁଟୁ ନାୟକ ଆସିଥିଲେ । ମନୋଜଙ୍କୁ ବାରମ୍ବାର ଫୋନ କର୍ିଥିଲେ ବି ସେ ଫୋନ ଉଠାଇଲେନି । ତଥାପି ଆମର ଚେଷ୍ଟା ରହିବ ଏ ଘଟଣା ଆଉ ଆଗକୁ ନ ବଢୁ ।
ଅନ୍ୟପଟେ ଓଲିଉଡ କଳି ଭିତରେ ପୁଣି ଏଣ୍ଟ୍ରି କରିଛନ୍ତି ନରସିଂହ ମିଶ୍ର । ମନୋଜ ମିଶ୍ରଙ୍କୁ ସମର୍ଥନ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ଜଣେ କଳାକାରଙ୍କୁ ଯେପରି ଅପମାନ କରାଗଲା ତାହା ନିନ୍ଦନୀୟ । ବ୍ୟାନ ପୂର୍ବରୁ ମନୋଜଙ୍କୁ କାରଣ ଦର୍ଶାଯାଇଥିଲା କି ? ରାଜ୍ୟ ସରକାର କେବଳ ଗୁମାସ୍ତାଙ୍କୁ ଧରି ବୟାନବାଜି କରୁଛନ୍ତି । ସମାଧାନ ପାଇଁ ନୁହେଁ , କେବଳ ଖସି ପଳାଇବାକୁ ଦରାଣ୍ଡି ହେଉଛନ୍ତି । ତୁରନ୍ତ ମନୋଜଙ୍କ ଉପରୁ ବ୍ୟାନ ପ୍ରତ୍ୟାହାର କର । ସେମାନେ କହୁଛନ୍ତି ଭୁଲ ଥିଲେ କ୍ଷମା ମାଗିବୁ , ପଶ୍ଚିମ ଓଡିଶା ଭାଷା ଓ କଳାକାରଙ୍କ ପ୍ରତି ଟିପ୍ପଣୀ ପାଇଁ କ୍ଷମା ମାଗ ।
ଓଲିଉଡ କଳି ସମାଧାନ ପାଇଁ ଓଏଫଡିସିରେ ବୈଠକ, ଫୋନ ଉଠାଇଲେ ନାହିଁ ମନୋଜ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











