The Ultimate Managed Hosting Platform
ADVERTISEMENT

ଶ୍ରୀ ଜିଉଙ୍କ ଦର୍ଶନ କଲେ ରାଜ୍ୟପାଳ

Facebook
Twitter
LinkedIn

ପୁରୀ : ଶ୍ରୀଜିଉଙ୍କ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳ ଭାବେ ଶପଥ ଗ୍ରହଣ ପରେ ଶ୍ରୀ ଜିଉଙ୍କ ଦର୍ଶନ କଲେ । ଓଡିଶାର ୨୬ ତମ ରାଜ୍ୟପାଳ ଭାବେ ଗତକାଲି ଶପଥ ପାଠ କରିଥିଲେ ରଘୁବର ଦାସ । ରାଜଭବନରେ ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି । ପ୍ରଫେସର ଗଣେଶୀ ଲାଲଙ୍କ କାର୍ୟ୍ୟକାଳ ସରିବା ପରେ ରଘୁବରଙ୍କୁ ନୂଆ ନିଯୁକ୍ତି ମିଳିଛି । ତେବେ ଓଡିଶାବାସୀଙ୍କ ପ୍ରତି ନିଜ ସେବା ଓ ନିଷ୍ଠାକୁ ପ୍ରମାଣିତ କରିବାକୁ କହିଛନ୍ତି ରଘୁବର ଦାସ । ୧୯୫୫ ମସିହା ମେ ୩ତାରିଖରେ ଝାଡ଼ଖଣ୍ଡରେ ଜନ୍ମଗ୍ରହଣ କରିଥିଲେ ରଘୁବର ଦାସ। ୧୯୭୭ରେ ସେ ଜନତା ପାର୍ଟିର ସଦସ୍ୟ ହୋଇ ୧୯୮୦ରେ ସକ୍ରିୟ ରାଜନୀତିରେ ପାଦ ଥାପି ଥିଲେ। ୧୯୯୫ରେ ସେ ପ୍ରଥମ ଥର ପାଇଁ ଜାମସେଦପୁର ପୂର୍ବ ଆସନରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ଲଗାତାର ୫ ଥର ବିଧାୟକ ଭାବେ ବିଜୟୀ ହୋଇଥିଲେ।
୨୦୦୯ରେ ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ୨୦୧୪ରୁ ୨୦୧୯ ପର୍ୟ୍ୟନ୍ତ ରାଜ୍ୟର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଆଦ୍ୟ ଜୀବନ ଅଭାବ ଅନଟନ ଭିତରେ କାଟିଥିବା ରଘୁବର ପ୍ରଥମେ ଜାମସେଦପୁର ଟାଟା ଷ୍ଟିଲରେଶ୍ରମିକ ଭାବେ କାର୍ୟ୍ୟ କରିଥିଲେ। ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଜଗନ୍ନାଥଙ୍କ ଧାମରେ କାମ କରିବାର ସୁଯୋଗ ପାଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login