The Ultimate Managed Hosting Platform
ADVERTISEMENT

କନ୍ଦାଇଲାଣି ପିଆଜ, କେଜି ପିଛା ଦର ୫୦ ଟଙ୍କା ଉପରେ

Facebook
Twitter
LinkedIn

ଭୁବନେଶ୍ବର: କନ୍ଦାଇଲାଣି ପିଆଜ ଦର । ସିଧାସଳଖ ରୋଷେଇ ଘରେ ମାଡ । ପରିବା ବଜାରରେ ଚଢ଼ା ଦର ଥିବା ବେଳେ, ଏଥିରେ ପୁଣି ନିଆଁ ଲଗାଇଛି ପିଆଜ ଦର। ଟମାଟୋ, ଅଦା, ରସୁଣ ପରେ ଏବେ ପିଆଜ କିଲୋ ପିଛା ରାତିକେ ୧୦ ଟଙ୍କା ବୃଦ୍ଧି ପାଇ ୫୦ ବା ୫୫ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ୪୦ ଟଙ୍କାରେ ଖୁଚୁରା ବଜାରରେ ପିଆଜ ବିକ୍ରୀ ହେଉଥିବା ବେଳେ ଏବେ ଏହାର ଦର ହୋଇଛି ୫୫ ଟଙ୍କା । ଗୋଟେ ଗରିବ ଖଟିଖିଆର ପଖାଳ ସହ ପିଆଜ ଖଣ୍ଡେ ହେଲେ ତାର ଦିନ କଟିଯିବ । ଖାଲି ସେତିକି ନୁହେଁ ରୋଷେଇ ଘର ଠାରୁ ଆରମ୍ଭ କରି ଆଜି କାଲି ବଜାରରେ ମିଳୁଥିବା ଫାଷ୍ଟଫୁଡରେ ମଧ୍ୟ ପିଆଜର ଆବଶ୍ୟକତା ରହିଛି । ପିଆଜ ଦର ବଢିବା ଫଳରେ ଏବେ ଖାଦ୍ୟରୁ ଲୁଚିିଯବ । ତେବେ ବଜାରର ପିଆଜ ଆବଶ୍ୟକତା ଅନୁସାରେ ଯୋଗାଣ କମୁଥିବାରୁ ଦରରେ ହଠାତ୍ ବୃଦ୍ଧି ଘଟିଥିବା ବ୍ୟବସାୟୀ ସଂଘ କହିଛି । ଚାହିଦା ମୁତାବକ ନାସିକରୁ ଯୋଗାଣ ହୋଇପାରୁନି ପିଆଜ । ନଭେମ୍ବର ଦ୍ବିତୀୟ ସପ୍ତାହରେ ନୂଆ ଅମଳ ହେବା ପରେ ପିଆଜ ଦରରେ ପୁଣି ସ୍ବାଭାବିକତା ଆସିବାର ସମ୍ଭାବନା ରହିଛି । ଦେଶର ମୁଖ୍ୟ ଆମଦାନୀକାରୀ ରାଜ୍ୟ ମହାରାଷ୍ଚ୍ରରେ ଏବେ ପିଆଜ ସଂକଟ ଦେଖିବାକୁ ମିଳିଛି। ବିଭିନ୍ନ ମଣ୍ଡିରେ ବ୍ୟବସାୟୀ ଆଗୁଆ ପିଆଜ ଗଚ୍ଛିତ ରଖିଥିବା ଦେଖିବାକୁ ମିଳିଛି । ପିଆଜ କ୍ବିଣ୍ଟାଲ ପୂର୍ବରୁ ୨୫୦୦ ଟଙ୍କା ଥିବା ବେଳେ ଏବେ ଏହେ ୪୬୬୦ ଟଙ୍କା ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁଣି ଟ୍ରମ୍ପଙ୍କୁ ପ୍ରଂଶସାରେ ପୋତିଲେ ଶେହବାଜ ସରିଫ

ପୁଣି ଟ୍ରମ୍ପଙ୍କୁ ପ୍ରଂଶସାରେ ପୋତିଲେ ଶେହବାଜ ସରିଫ

ନୂଆଦିଲ୍ଲୀ : ପୁଣି ଟ୍ରମ୍ପଙ୍କୁ ଭାରତ-ପାକ୍ ଯୁଦ୍ଧ ବନ୍ଦର ଶ୍ରେୟ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ମେ ମାସରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିରେ...

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଚୀନରେ ଭୂକମ୍ପ ଝଟକା

ଚୀନ : ଭାରତର ପଡ଼ୋଶୀ ଦେଶ ଚୀନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ମଙ୍ଗଳବାର ସକାଳ ପ୍ରାୟ ୮.୪୫ମିନିଟ ରେ ଚୀନର ଜିନଜିଆଙ୍ଗ ପ୍ରଦେଶରେ ଏହି...

Login