ଭୁବନେଶ୍ବର: କନ୍ଦାଇଲାଣି ପିଆଜ ଦର । ସିଧାସଳଖ ରୋଷେଇ ଘରେ ମାଡ । ପରିବା ବଜାରରେ ଚଢ଼ା ଦର ଥିବା ବେଳେ, ଏଥିରେ ପୁଣି ନିଆଁ ଲଗାଇଛି ପିଆଜ ଦର। ଟମାଟୋ, ଅଦା, ରସୁଣ ପରେ ଏବେ ପିଆଜ କିଲୋ ପିଛା ରାତିକେ ୧୦ ଟଙ୍କା ବୃଦ୍ଧି ପାଇ ୫୦ ବା ୫୫ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ୪୦ ଟଙ୍କାରେ ଖୁଚୁରା ବଜାରରେ ପିଆଜ ବିକ୍ରୀ ହେଉଥିବା ବେଳେ ଏବେ ଏହାର ଦର ହୋଇଛି ୫୫ ଟଙ୍କା । ଗୋଟେ ଗରିବ ଖଟିଖିଆର ପଖାଳ ସହ ପିଆଜ ଖଣ୍ଡେ ହେଲେ ତାର ଦିନ କଟିଯିବ । ଖାଲି ସେତିକି ନୁହେଁ ରୋଷେଇ ଘର ଠାରୁ ଆରମ୍ଭ କରି ଆଜି କାଲି ବଜାରରେ ମିଳୁଥିବା ଫାଷ୍ଟଫୁଡରେ ମଧ୍ୟ ପିଆଜର ଆବଶ୍ୟକତା ରହିଛି । ପିଆଜ ଦର ବଢିବା ଫଳରେ ଏବେ ଖାଦ୍ୟରୁ ଲୁଚିିଯବ । ତେବେ ବଜାରର ପିଆଜ ଆବଶ୍ୟକତା ଅନୁସାରେ ଯୋଗାଣ କମୁଥିବାରୁ ଦରରେ ହଠାତ୍ ବୃଦ୍ଧି ଘଟିଥିବା ବ୍ୟବସାୟୀ ସଂଘ କହିଛି । ଚାହିଦା ମୁତାବକ ନାସିକରୁ ଯୋଗାଣ ହୋଇପାରୁନି ପିଆଜ । ନଭେମ୍ବର ଦ୍ବିତୀୟ ସପ୍ତାହରେ ନୂଆ ଅମଳ ହେବା ପରେ ପିଆଜ ଦରରେ ପୁଣି ସ୍ବାଭାବିକତା ଆସିବାର ସମ୍ଭାବନା ରହିଛି । ଦେଶର ମୁଖ୍ୟ ଆମଦାନୀକାରୀ ରାଜ୍ୟ ମହାରାଷ୍ଚ୍ରରେ ଏବେ ପିଆଜ ସଂକଟ ଦେଖିବାକୁ ମିଳିଛି। ବିଭିନ୍ନ ମଣ୍ଡିରେ ବ୍ୟବସାୟୀ ଆଗୁଆ ପିଆଜ ଗଚ୍ଛିତ ରଖିଥିବା ଦେଖିବାକୁ ମିଳିଛି । ପିଆଜ କ୍ବିଣ୍ଟାଲ ପୂର୍ବରୁ ୨୫୦୦ ଟଙ୍କା ଥିବା ବେଳେ ଏବେ ଏହେ ୪୬୬୦ ଟଙ୍କା ହୋଇଛି ।
କନ୍ଦାଇଲାଣି ପିଆଜ, କେଜି ପିଛା ଦର ୫୦ ଟଙ୍କା ଉପରେ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











