ଭୁବନେଶ୍ୱର : ଭିଆରଏସ ଓ କ୍ୟାବିନେଟ ମନ୍ତ୍ରୀ ଭାବେ ପାଣ୍ଡିଆନଙ୍କ ନିଯୁକ୍ତିକୁ ଟାର୍ଗେଟ । କଡା ସମାଲୋଚନା କଲେ ସାଂସଦ ଅପରାଜିତା ଷଡଙ୍ଗୀ । ରାଜନୀତିରେ ସଫ୍ଟ ଲ୍ୟାଣ୍ଡିଂ କହିଲେ ଅପରାଜିତା । ଯିଏ ନିଯୁକ୍ତି ଦେବ , ସିଏ ନିଜକୁ ନିଯୁକ୍ତି ଦେଲେ । ବାରମ୍ବାର ସର୍ଭିସ ରୁଲ ଉଲ୍ଲଂଘନ ହେଉଥିଲା । ଦଳମତ ନିର୍ବିଶେଷରେ ସମସ୍ତେ ଏହା ବିରୋଧରେ ସ୍ୱର ଉଠାଇଥିଲେ । ରାଜ୍ୟରେ ଜନ ଅସନ୍ତୋଷ ମଧ୍ୟ ବ୍ୟକ୍ତ ହୋଇଥିଲା । ପରିସ୍ଥିତି ଏପରି ହେଲା ଯେ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇ ନ ଥାନ୍ତେ । ସେଥିରୁ ବର୍ତ୍ତିବା ଲାଗି ଚାକିରିରୁ ଇସ୍ତଫା ଦେଲେ । ଏହା ହେଉଛି ସପ୍ଠ ଲ୍ୟାଣ୍ଡିଂ ଇନ ପଲିଟିକ୍ସ । ବିଜେଡି ନେତା ଓ କର୍ମୀଙ୍କ ପ୍ରତି ଏହା ଅପମାନ । ସମ୍ପୁର୍ଣ୍ଣ ଶାସନ ବ୍ୟବସ୍ଥାକୁ ସେ ହାଇଜାକ କରି ନେଇଛନ୍ତି । ଓଡିଶାବାସୀ ସରଳ ହୋଇପାରନ୍ତି କିନ୍ତୁ ସବୁ ଜାଣିଛନ୍ତି ।
Views: 66