ଭୁବନେଶ୍ୱର : ରାଜ୍ୟରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବଢିଛି ଭୋଟର ସଂଖ୍ୟା । ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା । ଗତବର୍ଷ ଥିଲେ ୩ କୋଟି ୨୩ ଲକ୍ଷ ୫୨ ହଜାର ୧୧୯ ଭୋଟର । ଚଳିତ ବର୍ଷ ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩ ଭୋଟର ସଂଖ୍ୟା । ବୁଥ ସଂଖ୍ୟା ମଧ୍ୟ ବଢି ୩୭ ହଜାର ୮୦୯ରେ ପହଁଚିଛି । ଆଜିଠୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ । ଡିସେମ୍ବର ୯ ତାରିଖ ଯାଏ ଆବେଦନ କରିପାରିବେ ଭୋଟର । ୨୦୨୪ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହୋଇଥିଲେ ଆବେଦନ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଇଭିଏମ, ଭିଭିପାଟ ଯାଞ୍ଚ ସରିଛି । ଉଭୟ ଅନଲାଇନ୍ ଓ ଅଫ ଲାଇନ ରେ ହୋଇପାରିବ ଆବେଦନ । ଫର୍ମ -୬ ରେ ନୂଆ ଆବେଦନ, ଫର୍ମ – ୭ ରେ ନାମ ଯୋଗ ଓ ବାଦ୍ କରିହେବ । ସେହିପରି ଫର୍ମ- ୮ରେ ତ୍ରୁଟି ସଂଶୋଧନ ହୋଇପାରିବ । ସବୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, ବ୍ଲକ, ତହସିଲ ଓ ବୁଥ ସ୍ତରୀୟ ଅଧିକାରୀଙ୍କୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।
Views: 71