The Ultimate Managed Hosting Platform
ADVERTISEMENT

ନଭେମ୍ବର ୨୭ରୁ ବାଲିଯାତ୍ରା

Facebook
Twitter
LinkedIn

କଟକ : ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ । ମହାନଦୀ ପଠାର ତଳ ଓ ଉପର ବାଲିଯାତ୍ରା ପଡିଆରେ ୮ ଦିନ ଧରି ଚାଲିବ ଯାତ୍ରା । ବାଲିଯାତ୍ରା ଷ୍ଟଲ ପାଇଁ ପଞ୍ଜିକରଣ ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୩ ତାରିଖ ପର୍ୟ୍ୟନ୍ତ ହେବ । ସାଧାରଣ ବ୍ୟବସାୟୀଙ୍କ ପଞ୍ଜିକରଣ ୪ ନଭେମ୍ବରରୁ ୧୦ ନଭେମ୍ବର ପର୍ୟ୍ୟନ୍ତ ଚାଲିବ । ୧୧ ନଭେମ୍ବରରୁ ୧୫ ନଭେମ୍ବର ପର୍ୟ୍ୟନ୍ତ ଚାଲିବ ନିଲାମ ପ୍ରକ୍ରିୟା । ସାଧାରଣ ବ୍ୟବସାୟୀଙ୍କ ପାଇଁ ବର୍ଗଫୁଟ ସର୍ବନିମ୍ନ ୫୦ ଟଙ୍କା ରଖାଯାଇ ଥିବାବେଳେ ପୃଷ୍ଠପୋଷକଙ୍କ ପାଇଁ ବର୍ଗଫୁଟ ୫୦୦ ଟଙ୍କା ରହିଛି । ଉଠାଦୋକାନୀ ଏକ ହଜାର ଟଙ୍କା ଦେଇ ବ୍ୟବସାୟ କରିବେ । ଦୋଳି ଓ ଖେଳ ବ୍ୟବସାୟୀମାନେ ୨୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିବେ । ସେମାନେ ୩୦ ଟଙ୍କା ବର୍ଗଫୁଟ ନିଲାମରେ ଭାଗ ନେବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login