ଭୁବନେଶ୍ୱର : ପୁଣି ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ । ୨ ୱାର୍ଡ ବାସୀଙ୍କ ମଧ୍ୟରେ ପଥର ଓ ବୋତଲ ମାଡରେ ଏକାଧିକ ଆହତ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ । ସେପ୍ଟେମ୍ବର ୧ରେ ଗୋଷ୍ଠୀ ସଂଘର୍ଷ ଘଟି ୧୦ ଆହତ ହୋଇଥିଲେ । ଆକ୍ରମଣରେ ବାପପୁଅ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।ଉତ୍ତେଜନା ଲାଗିରହିଥିବାରୁ ପୋଲିସ ଘଟଣାସ୍ଥଳରେ ୧୪୪ ଧାରା ଜାରି କରିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ ପଦ୍ମକେଶରପୁର ପୁରୁଷ ଶୂନ୍ୟ ହୋଇଯାଇଛି । ଗୋଷ୍ଠୀ ସଂଘର୍ଷ ପରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି ।
Views: 69