The Ultimate Managed Hosting Platform
ADVERTISEMENT

ଆଜିଠାରୁ ଆରମ୍ଭ ହେଉଛି ୩୭ତମ ଜାତୀୟ କ୍ରୀଡ଼ା

Facebook
Twitter
LinkedIn

ନୂଆଦିଲ୍ଲୀ : ଗୁରୁବାର ଠାରୁ ଆରମ୍ଭ ହେଉଛି ୩୭ତମ ଜାତୀୟ କ୍ରୀଡ଼ା । ଜାତୀୟ କ୍ରୀଡ଼ାର ଏହି ମହାକୁମ୍ଭ ଗୋଆରେ ଅନୁଷ୍ଠିତ ହେଉଛି। ଜାତୀୟ କ୍ରୀଡାକୁ ଦେଶର ଅଲିମ୍ପିକ୍ ଭାବେ ମଧ୍ୟ ପରିଗଣିତ କରାଯାଉଛି। ଏଥିଲାଗ ସମସ୍ତ କ୍ରୀଡାବିତ ଜୋରଦାର ପ୍ରସ୍ତୁତ କରିଛନ୍ତି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ କ୍ରୀଡ଼ାବିତ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶାରୁ ୩ଶହରୁ ଅଧିକ କ୍ରୀଡ଼ାବିତ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କ ମଧ୍ୟରେ ୧୮୦ ଜଣ ମହିଳା କ୍ରୀଡ଼ାବିତ ଅଛନ୍ତି।ରାଜ୍ୟର ଖେଳାଳି ଉନ୍ନତ ପ୍ରଦର୍ଶନ କରି ମେଡାଲ ଆଣିଲେ ରାଜ୍ୟ ସରକାର ଦେବେ ପୁରସ୍କାର।
ଗୋଆର ୫ଟି ସହରରେ କ୍ରୀଡ଼ାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମାପୁସା,ମାର୍ଗାଓ, ପଂଜିମ, ପୋଣ୍ଡା ଏବଂ ଭାସ୍କୋ ସହରରେ ଅନୁଷ୍ଠିତ ହେବ କ୍ରୀଡ଼ା ।ଗୋଆ ପ୍ରଥମଥର ଲାଗି ଜାତୀୟ କ୍ରୀଡ଼ା ଆୟୋଜନ କରୁଛି । ଏଥିରେ ୧୦ ହଜାରରୁ ଅଧିକ କ୍ରୀଡ଼ାବିତ ସାମିଲ ହେବା ସମ୍ଭାବନା ରହିଛି । ୪୩ଟି ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିବେ ଖେଳାଳି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

ADVERTISEMENT

Login