ୱାଶିଂଟନ: ଆମେରିକାର ଲିୱିଷ୍ଟିନରେ ବଡଧରଣର ଗୁଳିକାଣ୍ଡ । ଗୁଳିକାଣ୍ଡରେ ୨୨ ମୃତ , ଅନେକ ଆହତ । ଏଭଳି ଦୁଃଖଦ ପରିସ୍ଥିତି ସମସ୍ତଙ୍କୁ କରିଛି ମର୍ମାହତ । ଚାରିଆଡ଼େ ପଡିଛି ଶବ । ବନ୍ଧୁକର ଗୁଳିରେ ଚାଲିଗଲା ୨୨ ଜଣଙ୍କ ପ୍ରାଣ । କାହା ଛାତିରେ ଗୁଳି ବାଜିଛି ତ ଆଉ କାହା ମୁଣ୍ଡରେ । ଏମିତି ଅନେକ ଲୋକଙ୍କର ଆଖି ପିଛୁଳାକେ ମୃତ୍ୟୁ ଘଟିଛି । ଘରୁ ବାହାରିଥିଲେ ଖୁସି ହୋଇ କିନ୍ତୁ କିଏ ଜାଣିଥିଲା ମୃତ୍ୟୁ ଏମାନଙ୍କ ବାଟକୁ ଅନାଇ ବସିଛି । ହଠାତ ଏମାନଙ୍କ ଉପରକୁ ହୋଇଥିଲା ଗୁଳି ବର୍ଷା । ବନ୍ଧୁକର ଗୁଳି ଶବ୍ଦରେ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରୁ ଲୋକମାନେ ଦୌଡ଼ିବାକୁ ଲାଗିଥିଲେ । କିନ୍ତୁ ଗୁଳି ମୁନର ଶିକାର ହୋଇଥିଲେ କିଛି ଲୋକ । ସୂଚନା ଅନୁସାରେ ଗତକାଲି ରାତିରେ ଆମେରିକାର ଲେବିଷ୍ଟୋନରେ ଭୟାବହ ଗୁଳିକାଣ୍ଡ ହୋଇଥିଲା । ଗୁଳିକାଣ୍ଡରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ୬୦ ଜଣ ଆହତ ହୋଇଛନ୍ତି । ଏକ ବାର ଓ ୱାଲମାର୍ଟ ଡିଷ୍ଟ୍ରିବ୍ୟୁସନ ସେଣ୍ଟରରେ ଗୁଳିମାଡ଼ କରିଛି ଜଣେ ବନ୍ଧୁକଧାରୀ । ଏପର୍ୟ୍ୟନ୍ତ ଅଭିଯୁକ୍ତକୁ ଧରିପାରିନି ପୋଲିସ । ରିପୋର୍ଟ ଅନୁସାରେ ଅଭିଯୁକ୍ତ ନିକଟରେ ଏକ ଲମ୍ବା ବନ୍ଧୁକ ଥିଲା, ଯାହା ସାହଯ୍ୟରେ ସେ ଗୁଳି ବର୍ଷା କରିଥିଲା । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ରହିଛି । ଘଟଣାର ଅଧିକ ତଦନ୍ତ ଚାଲିଛି । ଆମେରିକାର ଲେବିଷ୍ଟୋନ ସହରର ପୋଲିସ୍ ଅଧିକାରୀମାନେ ଗୁଳି ବିନିମୟ ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ଆକ୍ଟିଭ୍ ସୁଟରଙ୍କୁ ଖୋଜୁଛନ୍ତି । ରିପୋର୍ଟ ଅନୁଯାୟୀ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ଦୁଇଟି ଫଟୋ ପୋଷ୍ଟ କରାଯାଇଛି ଯେଉଁଥିରେ ଅଭିଯୁକ୍ତ ତାର ହାତରେ ଏକ ସେମି ଅଟୋମେଟିକ୍ ରାଇଫଲ ଧରିଥିବା ଦେଖାଯାଇଛି । ଗୁଳି ବିନିମୟରେ ସମ୍ପୃକ୍ତ ଆକ୍ରମଣକାରୀ ରବର୍ଟ କାର୍ଡ ବୋଲି କୁହାଯାଉଛି । ସେ ପ୍ରାୟ ୨୦ ବର୍ଷ ପର୍ୟ୍ୟନ୍ତ ସେନାରେ ହାବିଲଦାର ଭାବରେ କାର୍ୟ୍ୟ କରିଥିଲା ।
ଆମେରିକାରେ ଗୁଳିକାଣ୍ଡ, ୨୨ ମୃତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...