The Ultimate Managed Hosting Platform
ADVERTISEMENT

କାଠ ଗଣ୍ଡି ଚୋରା ଚାଲାଣ ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ

Facebook
Twitter
LinkedIn

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଗୋଡ଼ଭଙ୍ଗା ଗେଟ ନିକଟରୁ ୫ ଟି ଲଗ ବୋଝେଇ ନମ୍ବର ବିହୀନ ଟାଟା ଏସି ଜବତ। ଆଜି ରବିବାର ପୂର୍ବାହ୍ନ ୮.୧୦ ସମୟରେ କେନ୍ଦୁଝର ଜିଲ୍ଲା ଅଧୀନ ଗୟଳମୁଣ୍ଡାରୁ ଆନନ୍ଦପୁର (ବରପଦା) ଆଡ଼କୁ ଯାଉଥିବା ସମୟରେ ବନବିଭାଗ ଖବର ପାଇ ଥିଲା। ପାଞ୍ଚଟି କାଠଗଣ୍ଡି ୪୨.୭୬ ସିପ୍ଟର ଆନୁମାନିକ ମୂଲ୍ୟ ପଚାଶ ହଜାର ଆକଳନ କରାଯାଉଛି। ଗାଡ଼ିର ଡ୍ରାଇଭର ଫେରାର ହୋଇଥିବା ବେଳେ ହେଲପର ଅରବିନ୍ଦ ଘଡେ଼ଇଙ୍କୁ ବନବିଭାଗ ଗିରଫ କରିଛି। ଗୋଡଭଙ୍ଗା ଫରେଷ୍ଟ ସେକ୍ସନ ର ଫରେଷ୍ଟର ବିଜୟ ମହାନ୍ତ, ଫରେଷ୍ଟ ଗାର୍ଡ ଯୋଗେଶ୍ୱର କୁଲଡି ଓ ସମୀର ମହାନ୍ତଙ୍କ ସହିତ ଟିପିଏଫ ମହେଶ୍ୱର ଦାସ,ନାରଣ ମହାକୁଡ଼ ଓ ପିତାମ୍ବର ମହାନ୍ତ ଚଢ଼ାଉ ରେ ସାମିଲ ଥିବା ଜଣାପଡିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login