ଭୁବନେଶ୍ୱର : ପୂଜା ମଣ୍ଡପରେ ମାତିଲେ ଚେନ ଲୁଟେରା । ବମିଖାଲ ପୂଜା ମଣ୍ଡପରେ ଲୁଟର ଶିକାର ହେଲେ ୪ ମହିଳା । ୫ ମିନିଟରେ ପୂଜା ମଣ୍ଡପରୁ ନେଇଗଲେ ୪ଟି ସୁନା ଚେନ । ସକାଳ ସାଢେ ୧୦ଟାରୁ ୧୦ଟା ୪୫ ମିନିଟ ମଧ୍ୟରେ ଦୁର୍ଗା ମଣ୍ଡପରୁ ଝାମ୍ପିନେଲେ ସୁନା ଚେନ। ଅଷ୍ଟମୀ ରେ ମା’ ଙ୍କ ଦର୍ଶନ ପାଇଁ ବମିଖାଲ ମଣ୍ଡପ ଆସିଥିବା ୪ ମହିଳା ଶ୍ରଦ୍ଧାଳୁଙ୍କ ଠାରୁ ସୁନା ଚେନ ଲୁଟ ହୋଇଛି। ଏନେଇ ପିସିଆରକୁ ଜଣାଇବା ପରେ ଛାନଭିନ ଆରମ୍ଭ ହୋଇଛି।ସିସିଟିଭି ଭିଜୁଆଲ ଦେଖି ଲୁଟେରାକୁ ଚିହ୍ନଟ ପାଇଁ ଚାଲିଛି ଚେଷ୍ଟା । ଲୁଟ ପଛରେ ଏକ ମହିଳା ଲୁଟେରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି। କିଛି ମହିଳା ସନ୍ଦେହଜନକ ଭାବେ ମଣ୍ଡପରେ ବୁଲୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅଭିଯୋଗ ପରେ ବମିଖାଲ ପୂଜା ମଣ୍ଡପର କର୍ମକର୍ତ୍ତା ସିସିଟିଭି ଯାଞ୍ଚ ଆରମ୍ଭ କରିଛନ୍ତି ।
Views: 82