ନୂଆଦିଲ୍ଲୀ : ଯୁଦ୍ଧତ୍ରସ୍ତ ପାଲେଷ୍ଟାଇନକୁ ରିଲିଫ ସାମଗ୍ରୀ ପଠାଇଲା ଭାରତ । ସାଢେ ୬ ଟନର ମେଡିକାଲ , ୩୨ ଟନର ରିଲିଫ ସାମଗ୍ରୀ ପଠାଇଲା । ଉତ୍ତର ପ୍ରଦେଶ ଗାଜିଆବାଦରୁ ସ୍ୱତନ୍ତ୍ର ବିମାନରେ ଗଲା ସାମଗ୍ରୀ । ଗାଜିଆବାଦରୁ ଇଜିପ୍ଟ ଅଭିମୁଖେ ବାହାରିଲା ସ୍ୱତନ୍ତ୍ର ବିମାନ । ବିଭିନ୍ନ ମେଡିସିନ୍, ସର୍ଜିକାଲ ସାମଗ୍ରୀ, ଟେଣ୍ଟ, ତକିଆ, ତାରପଲିନ୍, ସାନିଟାରୀ ସାମଗ୍ରୀ, ଜଳ ବିଶୁଦ୍ଧ କରୁଥିବା ଟାବଲେଟ୍ ଓ ଅନ୍ୟାନ୍ୟ ଅତି ଜରୁରୀ ସାମଗ୍ରୀ ପଠାଇଛି । ଭାରତୀୟ ବାୟୁସେନାର ଉ-୧୭ ବିମାନ ଆଜି ରିଲିଫ ସାମଗ୍ରୀ ନେଇ ଉଡାଣ ଭରିଛି । ଇସ୍ରାଏଲ-ପାଲେଷ୍ଟାଇନ ବିବାଦକୁ ନେଇ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ଏକ ନରମ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଇସ୍ରାଏଲ ଉପରେ ହାମାସ ଆକ୍ରମଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି । ନିକଟରେ ଗାଜା ଷ୍ଟ୍ରିପରେ ଥିବା ଏକ ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କର ଏକ ଟ୍ୱିଟରେ ଇସ୍ରାଏଲ୍-ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତର ପୁରୁଣା ଆଭିମୁଖ୍ୟକୁ ଦୋହରାଇଛନ୍ତି ।
ସାହାଯ୍ୟର ହାତ ବଢାଇଲା ଭାରତ , ପାଲେଷ୍ଟାଇନକୁ ପଠାଇଲା ରିଲିଫ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











