The Ultimate Managed Hosting Platform
ADVERTISEMENT

ସାହାଯ୍ୟର ହାତ ବଢାଇଲା ଭାରତ , ପାଲେଷ୍ଟାଇନକୁ ପଠାଇଲା ରିଲିଫ

Facebook
Twitter
LinkedIn

ନୂଆଦିଲ୍ଲୀ : ଯୁଦ୍ଧତ୍ରସ୍ତ ପାଲେଷ୍ଟାଇନକୁ ରିଲିଫ ସାମଗ୍ରୀ ପଠାଇଲା ଭାରତ । ସାଢେ ୬ ଟନର ମେଡିକାଲ , ୩୨ ଟନର ରିଲିଫ ସାମଗ୍ରୀ ପଠାଇଲା । ଉତ୍ତର ପ୍ରଦେଶ ଗାଜିଆବାଦରୁ ସ୍ୱତନ୍ତ୍ର ବିମାନରେ ଗଲା ସାମଗ୍ରୀ । ଗାଜିଆବାଦରୁ ଇଜିପ୍ଟ ଅଭିମୁଖେ ବାହାରିଲା ସ୍ୱତନ୍ତ୍ର ବିମାନ । ବିଭିନ୍ନ ମେଡିସିନ୍, ସର୍ଜିକାଲ ସାମଗ୍ରୀ, ଟେଣ୍ଟ, ତକିଆ, ତାରପଲିନ୍, ସାନିଟାରୀ ସାମଗ୍ରୀ, ଜଳ ବିଶୁଦ୍ଧ କରୁଥିବା ଟାବଲେଟ୍ ଓ ଅନ୍ୟାନ୍ୟ ଅତି ଜରୁରୀ ସାମଗ୍ରୀ ପଠାଇଛି । ଭାରତୀୟ ବାୟୁସେନାର ଉ-୧୭ ବିମାନ ଆଜି ରିଲିଫ ସାମଗ୍ରୀ ନେଇ ଉଡାଣ ଭରିଛି । ଇସ୍ରାଏଲ-ପାଲେଷ୍ଟାଇନ ବିବାଦକୁ ନେଇ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ଏକ ନରମ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଇସ୍ରାଏଲ ଉପରେ ହାମାସ ଆକ୍ରମଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି । ନିକଟରେ ଗାଜା ଷ୍ଟ୍ରିପରେ ଥିବା ଏକ ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କର ଏକ ଟ୍ୱିଟରେ ଇସ୍ରାଏଲ୍-ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତର ପୁରୁଣା ଆଭିମୁଖ୍ୟକୁ ଦୋହରାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login