ନୂଆଦିଲ୍ଲୀ : ଇସ୍ରାଏଲ-ହମାସ୍ ଯୁଦ୍ଧ ଏବେ ଅନେକ ଲୋକଙ୍କ ପାଇଁ ଦୁଃଖ ଆଣିଦେଇଛି । ଗାଜାରେ ରହୁଥିବା ପାଲେଷ୍ଟାଇନବାସୀଙ୍କ ପାଇଁ ଇଜିପ୍ଟ ଶେଷରେ ଖୋଲିଛି ନିଜର ସୀମା। ଇଜିପ୍ଟ ଗାଜା ସୀମା ଖୋଲିବା ମାତ୍ରେ ପାଲେଷ୍ଟାଇନ ନାଗରିକମାନଙ୍କ ପାଖରେ ଖାଦ୍ୟ ଓ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବା ଆରମ୍ଭ ହୋଇଛି। ଏହାଦ୍ୱାରା ଯୁଦ୍ଧ ପୀଡିତଙ୍କୁ ବଡ଼ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।
ମିଳିତ ଜାତିସଂଘ, ଆମେରିକା ଏବଂ ଭାରତ ସମେତ ଅନେକ ଦେଶ ତରଫରୁ ପାଲେଷ୍ଟାଇନ ନାଗରିକଙ୍କ ପାଇଁ ରିଲିଫ ସାମଗ୍ରୀ ପଠାଯାଇଛି। କିନ୍ତୁ ଗାଜାରେ ପ୍ରବେଶ କରିବାର ରାସ୍ତା ନ ମିଳିବାରୁ ଶହ ଶହ ଟ୍ରକ ସୀମାରେ ଅଟକି ରହିଥିଲା। ବର୍ତ୍ତମାନ ଇଜିପ୍ଟ ମାନବିକତା ଦୃଷ୍ଟିରୁ ଗାଜା ସୀମା ଖୋଲି ଦେଇଛି।ସୂଚନା ଅନୁସାରେ, ଇଜିପ୍ଟ ଏବଂ ଗାଜା ସୀମା ଶନିବାର ଖୋଲା ଯାଇଛି, ଯାହାପରେ ଇସ୍ରାଏଲ ଘେରାଉ କରିଥିବା ଅଞ୍ଚଳରେ ଖାଦ୍ୟ, ଔଷଧ ଏବଂ ଜଳ ଅଭାବରେ ଜୁଝି ହେଉଥିବା ପାଲେଷ୍ଟାଇନବାସୀଙ୍କୁ ସହାୟତା ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି। କହି ରଖୁଛୁ ଯେ ଗାଜା ଯିବା ପାଇଁ ୨୦୦ରୁ ଅଧିକ ଟ୍ରକ୍ ପାଖାପାଖି ୩,୦୦୦ ଟନ୍ ସହାୟତା ସାମଗ୍ରୀ ଧରି ଅନେକ ଦିନ ଧରି ସୀମାରେ ଅପେକ୍ଷା କରି ରହିଥିଲେ।
ଖୋଲିଲା ଗାଜା ସୀମା , ପାଲେଷ୍ଟାଇନ ବାସୀଙ୍କ ପାଖରେ ପହଁଚିଲା ଖାଦ୍ୟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ
ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...
୨୨ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଛତିଶଗଡରେ ଆତ୍ମସମର୍ପଣ କଲେ ୨୨ ମାଓବାଦୀ । ବସ୍ତର ଆଇଜି ଓ ନାରଣପୁର ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ । ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ...
ଡେଲାଙ୍ଗରେ ବାର୍ଡ ଫ୍ଲୁ ସ୍ପଷ୍ଟ
ପିପିଲି : ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ । H5N1 ନମୁନା ପରୀକ୍ଷାରୁ ଆସିଲା ପଜିଟିଭ ରିପୋର୍ଟ । ଆଭିଏନ ଇନ ଫ୍ଲୁଏନଞ୍ଜା ଭାଇରସ ପିଜିଟିଭ...
ଆଜିଠୁ ରାଜ୍ୟରେ ଗଡିଲା ଘରୋଇ ବସ
ଭୁବନେଶ୍ୱର : ୪ ଦିନ ପରେ ଗଡ଼ିଲା ବସ୍ । ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ବସ ଚଲାଚଳ ନେଇ ଗତକାଲି ଘରୋଇ ବସ୍...