ଇସଲାମବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସ୍ୱଦେଶ ଫେରିଲେ । ଦୁବାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଫେରିଲେ ସରିଫ । ଲଣ୍ଡନରେ ସାଢେ ୪ ବର୍ଷର ନିର୍ବାସନ ପରେ ସରିଫଙ୍କ ପ୍ରତ୍ୟାବର୍ତ୍ତନ । ୪ ବର୍ଷ ପରେ ସ୍ବଦେଶ ଫେରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ପାକିସ୍ତାନ କୋର୍ଟ ତାଙ୍କୁ ଆଭେନଫିଲ୍ଡ ଓ ଅଲ-ଅଜିଜିଆ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଛନ୍ତି । ଏଣୁ ନଓ୍ବାଜ ଦେଶକୁ ଫେରିବେ ବୋଲି ସୂଚନା ମିଳିଛି । ଗତ ୪ ବର୍ଷ ଧରି ଲଣ୍ଡନରେ ଆତ୍ମନିର୍ବାସିତ ଜୀବନ ବିତାଉଥିଲେ ନଓ୍ବାଜ ।
ପାକିସ୍ତାନର ଡନ୍ ଖବରକାଗଜର ରିପୋର୍ଟ ଅନୁସାରେ ନଓ୍ବାଜ ଦେଶକୁ ଫେରିବା ନେଇ ଇସଲାମାବାଦ କୋର୍ଟଙ୍କୁ ସୁରକ୍ଷା ମାଗିଥିଲେ । କୋର୍ଟ ଜାମିନ ଦେବାପରେ ଆସନ୍ତା କାଲି ସେ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିଛିଦିନ ତଳେ ନଓ୍ବାଜ ଲଣ୍ଡନରେ ନିଜ ଦଳର କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ଖୁବଶୀଘ୍ର ସେ ଦେଶକୁ ଫେରିବେ ବୋଲି କହିଥିଲେ । ଆଉ ଆଜି ସ୍ୱଦେଶ ଫେରିଛନ୍ତି । ୨୦୧୮ ମସିହାରେ ଅଲ-ଅଜିଜିଆ ଏବଂ ଆଭେନଫିଲ୍ଡ ଦୁର୍ନୀତି ମାମଲାରେ ନଓ୍ବାଜ ସରିଫ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଲାହୋରର କୋଟ ଲଖପାଟ ଜେଲରେ ରହିବା ସମୟରେ ନଓ୍ବାଜ ସରିଫଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ ଅନୁମତି ମିଳିଥିଲା । ସେବେଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ନଓ୍ବାଜ ସରିଫ ଲଣ୍ଡନରେ ରହୁଛନ୍ତି।
ଫେରିଲେ ନୱାଜ ସରିଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











