The Ultimate Managed Hosting Platform
ADVERTISEMENT

ଫେରିଲେ ନୱାଜ ସରିଫ

Facebook
Twitter
LinkedIn

ଇସଲାମବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସ୍ୱଦେଶ ଫେରିଲେ । ଦୁବାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଫେରିଲେ ସରିଫ । ଲଣ୍ଡନରେ ସାଢେ ୪ ବର୍ଷର ନିର୍ବାସନ ପରେ ସରିଫଙ୍କ ପ୍ରତ୍ୟାବର୍ତ୍ତନ । ୪ ବର୍ଷ ପରେ ସ୍ବଦେଶ ଫେରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ପାକିସ୍ତାନ କୋର୍ଟ ତାଙ୍କୁ ଆଭେନଫିଲ୍ଡ ଓ ଅଲ-ଅଜିଜିଆ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଛନ୍ତି । ଏଣୁ ନଓ୍ବାଜ ଦେଶକୁ ଫେରିବେ ବୋଲି ସୂଚନା ମିଳିଛି । ଗତ ୪ ବର୍ଷ ଧରି ଲଣ୍ଡନରେ ଆତ୍ମନିର୍ବାସିତ ଜୀବନ ବିତାଉଥିଲେ ନଓ୍ବାଜ ।
ପାକିସ୍ତାନର ଡନ୍ ଖବରକାଗଜର ରିପୋର୍ଟ ଅନୁସାରେ ନଓ୍ବାଜ ଦେଶକୁ ଫେରିବା ନେଇ ଇସଲାମାବାଦ କୋର୍ଟଙ୍କୁ ସୁରକ୍ଷା ମାଗିଥିଲେ । କୋର୍ଟ ଜାମିନ ଦେବାପରେ ଆସନ୍ତା କାଲି ସେ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିଛିଦିନ ତଳେ ନଓ୍ବାଜ ଲଣ୍ଡନରେ ନିଜ ଦଳର କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ଖୁବଶୀଘ୍ର ସେ ଦେଶକୁ ଫେରିବେ ବୋଲି କହିଥିଲେ । ଆଉ ଆଜି ସ୍ୱଦେଶ ଫେରିଛନ୍ତି । ୨୦୧୮ ମସିହାରେ ଅଲ-ଅଜିଜିଆ ଏବଂ ଆଭେନଫିଲ୍ଡ ଦୁର୍ନୀତି ମାମଲାରେ ନଓ୍ବାଜ ସରିଫ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଲାହୋରର କୋଟ ଲଖପାଟ ଜେଲରେ ରହିବା ସମୟରେ ନଓ୍ବାଜ ସରିଫଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ ଅନୁମତି ମିଳିଥିଲା । ସେବେଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ନଓ୍ବାଜ ସରିଫ ଲଣ୍ଡନରେ ରହୁଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...

ADVERTISEMENT

Login