The Ultimate Managed Hosting Platform
ADVERTISEMENT

ଆସନ୍ତାକାଲି ମାଣିକେଶ୍ୱରୀଙ୍କ ଛତର ଯାତ୍ରୀ, କମ୍ପିବ କଳାହାଣ୍ଡି

Facebook
Twitter
LinkedIn

କଳାହାଣ୍ଡି : ଆସନ୍ତାକାଲି ପ୍ରସିଦ୍ଧ ଛତର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସହର । ମୂଳାଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରାସାଦରେ ଥିବା କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ବରୀଙ୍କ ପୀଠରେ ମୁଣ୍ଡବସା ଠାରୁ ମହାଷ୍ଟମୀ ପର୍ୟ୍ୟନ୍ତ ସ୍ବତନ୍ତ୍ର ପୂଜା କରାଯାଏ । ମାଆ ମାଣିକେଶ୍ୱରୀଙ୍କୁ ମହାଷ୍ଟମୀ ମଧ୍ୟରାତ୍ରରେ ରାଜବାଟୀରୁ ପାଖାପାଖି ୩ କିଲୋମିଟର ଦୂର ଜେନାଖାଲକୁ ନିଆଯାଏ ।
ମହାଷ୍ଟମୀ ସକାଳେ ନଗର ପରିଭ୍ରମଣରୁ ଏହି ଯାତ୍ରା ଆରମ୍ଭ ହୁଏ । ପୁଣି ମାଆଙ୍କୁ ରାଜବାଟୀକୁ ଫେରାଇ ଅଣାଯାଏ । ଏହି ଅବସରରେ ମାନସିକ ରଖିଥିବା ଶ୍ରଦ୍ଧାଳୁ ରାସ୍ତାରେ କୁକୁଡ଼ା, ବୋଦା, ଛେଳି ସହ ଭକ୍ତମାନେ ଧୂପଦୀପ, ନୈବେଦ୍ୟ ଅର୍ପଣ କରିଥାନ୍ତି । ଏହାସହ ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାଙ୍କକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ରହିଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ଓ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି । ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । କଳାହାଣ୍ଡିର ବୀରବାଦ୍ୟ ଘୁମୁରା ସହ ୨୫ଟି ସାଂସ୍କୃତିକ ଦଳ ଚଳିତ ବର୍ଷ ଅଂଶଗ୍ରହଣ କରିଛନ୍ତି । ୬ଟି ପାର୍କିଂ ବ୍ୟବସ୍ଥା କରାଯାଇଥିବା ନେଇ କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି,ପରିବହନ ଠପ

ଡ୍ରାଇଭର ଆନେ୍ଦାଳନ ନାଁରେ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ

ଭୁବନେଶ୍ୱର : ଡ୍ରାଇଭର ଭାଇମାନଙ୍କୁ ଆନେ୍ଦାଳନରୁ ଓହରିବାକୁ ପରିବହନ ମନ୍ତ୍ରୀଙ୍କ ଅନୁରୋଧ । ସରକାର ଆପଣଙ୍କ ସମସ୍ତ ଦାବିକୁ ଶୁଣିଛନ୍ତି । ସବୁ ଦାବିର ସମାଧାନ ହେବ...

ADVERTISEMENT

Login