The Ultimate Managed Hosting Platform
ADVERTISEMENT

ଜେଲରୁ ମୁକୁଳିଲେ ନିଠାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ମୋନିନ୍ଦର ସିଂ ପଣ୍ଡେର୍

Facebook
Twitter
LinkedIn

ଆହ୍ଲାବାଦ : ଜେଲରୁ ମୁକୁଳିଲେ ନିଠାରୀ ହତ୍ୟାକାଣ୍ଡର ଅଭିଯୁକ୍ତ । ନିଠାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ମୋନିନ୍ଦର ସିଂ ପଣ୍ଡେର୍ ଶୁକ୍ରବାର ଜେଲରୁ ମୁକୁଳିଛନ୍ତି। ପଣ୍ଡେର୍ ଗ୍ରେଟର ନୋଏଡାର ଲୁକ୍ସର ଜେଲରେ ଥିଲେ। ଲୁକ୍ସର ଜେଲ ଅଧୀକ୍ଷକ ଅରୁଣ ପ୍ରତାପ ସିଂ ଜେଲ୍ରୁ ପଣ୍ଡେରଙ୍କ ମୁକ୍ତି ନେଇ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ପଣ୍ଡେରଙ୍କ ମୁକ୍ତି ସମ୍ପର୍କିତ କୋର୍ଟଙ୍କ ଦ୍ୱିତୀୟ ଆଦେଶ ଆଜି ଗ୍ରହଣ କରାଯାଇଛି। ଔପଚାରିକତା ପୂରଣ ପରେ ଜେଲ ପ୍ରଶାସନ ଅପରାହ୍ନରେ ପଣ୍ଡେର୍ଙ୍କୁ ଜେଲ୍ରୁ ବାହାର କରିଥିଲେ। ଆହ୍ଲାବାଦ ହାଇକୋର୍ଟ ଗତ ସୋମବାର ୬୫ ବର୍ଷୀୟ ପଣ୍ଡେର୍ ଏବଂ ତାଙ୍କ ଘରୋଇ ସହାୟକ ସୁରେନ୍ଦ୍ର କୋଲିଙ୍କୁ ୨୦୦୬ ନିଠାରୀ ମାମଲାରେ ଦୋଷମୁକ୍ତ କରିଥିଲେ। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ କୋଲି ବର୍ତ୍ତମାନ ଗାଜିଆବାଦର ଡାସନା ଜେଲରେ ଅଛନ୍ତି। ୧୪ ବର୍ଷୀୟା ନାବାଳିକାଙ୍କ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login