The Ultimate Managed Hosting Platform
ADVERTISEMENT

ସାରା ରାଜ୍ୟରେ ଗଡୁନି ଘରୋଇ ବସ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ବସ୍ ଚଳାଚଳ ଠପ୍ । ସାରା ରାଜ୍ୟରେ ଗଡୁନି ଘରୋଇ ବସ । ଆନେ୍ଦାଳନରେ ଅଟଳ ରହିଲା ଘରୋଇ ବସ ମାଲିକ ସଂଘ । ସରକାରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ଆନେ୍ଦାଳନ । ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରି ଆନେ୍ଦାଳନ । ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ଘରୋଇ ବସ ସେବା ବନ୍ଦ ରହିବ। ଫଳରେ ପୂଜା ସମୟରେ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇନପାରି ହନ୍ତସନ୍ତ ହେଉଛନ୍ତି। ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି।ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଘରୋଇ ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ। ପୂଜା ସମୟରେ ଯାତ୍ରୀଙ୍କୁ ହାଇରାଣ କରିବା ଉଦ୍ଦେଶ୍ୟ ନୁହେଁ। ଅନିଚ୍ଛା ସତ୍ତ୍ବେ ବାଧ୍ୟ ହୋଇ ଧର୍ମଘଟକୁ ଓହ୍ଲାଉଥିବା ସେ କହିଛନ୍ତି। ଧର୍ମଘଟକୁ ଓହ୍ଲାଉଥିବାରୁ ଯାତ୍ରୀଙ୍କ ପାଖରେ କ୍ଷମାପ୍ରାର୍ଥନା କରିଛି ଘରୋଇ ବସ ମାଲିକ ସଂଘ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଧର୍ମଘଟକୁ ଓହ୍ଲାଇଛି ସଂଘ।ଆଜି ଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ଘରୋଇ ବସ ସେବା ବନ୍ଦ ରହିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login