ସୁନ୍ଦରଗଡ: ନାବାଳିକା ଦୁଷ୍କର୍ମୀକୁ ଫାଶୀ ଦଣ୍ଡାଦେଶ । ୨୦୧୬ ଟାଉନ ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟକାଣ୍ଡ । ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୫ ବର୍ଷର ଝିଅକୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା କରିଥିଲା । ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ । ଶିଶୁକନ୍ୟାଟି ମା’ ପାଖରେ ଶୋଇଥିବା ବେଳେ ତାକୁ ଅପହରଣ କରିଥିଲା ଅଭିଯୁକ୍ତ ସଞ୍ଜୀବ କେର୍କେଟା । ପରବର୍ତ୍ତୀ ସମୟରେ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୁକ୍ତ । ଘଟଣାର ତିନି ଦିନ ପରେ ଶିଶୁର ଗଳିତ ମୃତଦେହ ଉଦ୍ଧାର କରିଥିଲା ଟାଉନ୍ ଥାନା ପୋଲିସ ।
Views: 93