ନୂଆଦିଲ୍ଲୀ : ଯୁଦ୍ଧତ୍ରସ୍ତ ଗାଜା ହସ୍ପିଟାଲରେ ରକେଟ ମାଡରେ ୫ ଶହ ମୃତ ପ୍ରସଙ୍ଗ । ଇସ୍ରାଏଲ ନୁହେଁ ହମାସ ହିଁ ହସ୍ପିଟାଲ ଉଡାଇଛି କହିଲା ଆଇଡିଏଫ । ଏ ନେଇ ପ୍ରମାଣ ଦେଲା ଇସ୍ରାଏଲ ଡିଫେନ୍ସ ଫୋର୍ସ ଆଇଡିଏଫ । ହମାସର ରକେଟ ମିସ ଫାୟାର ହୋଇ ହସ୍ପିଟାଲରେ ପଡିଥିଲା । ରକେଟ ମାଡରେ ହସ୍ପିଟାଲ ଧ୍ୱଂସ ହୋଇଯାଇଥିଲା ବୋଲି କହିଛି ଆଇଡିଏଫ । ଏ ନେଇ ଏକ ଅଡିଓ କଲ ମଧ୍ୟ ଉପସ୍ଥାପନ କରିଛି ଆଇଡିଏଫ । ହସ୍ପିଟାଲ ଇସ୍ରାଏଲ ଉଡାଇଛି ବୋଲି ଅଭିଯୋଗ କରିଥିଲା ହମାସ ।
ଏହି ଆକ୍ରମଣରେ ୫୭୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଏଥିସହିତ ମୃତ୍ୟୁସଂଖ୍ୟା ୪,୫୦୦ ପାର୍ କରିଛି। ୧୦ ହଜାରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲର ୧୪୦୦ରୁ ଅଧିକ ଲୋକ ଏଥିରେ ସାମିଲ ଅଛନ୍ତି। ଗାଜା ଷ୍ଟ୍ରିପ୍ର ୩,୧୦୦ରୁ ଊର୍ଦ୍ଧ୍ବ ଏବଂ ୱେଷ୍ଟ ବ୍ୟାଙ୍କର ୬୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଏ ପର୍ୟ୍ୟନ୍ତ ଇସ୍ରାଏଲ ଆକ୍ରମଣରେ ହମାସର ୭ କମାଣ୍ଡର ନିପାତ ହେଲେଣି। ଏବେ ୨୫୦ ନାଗରିକ ଏହି ଆତଙ୍କବାଦୀ ସଂଗଠନ କବ୍ଜାରେ ଅଛନ୍ତି। ହମାସକୁ ଧ୍ବଂସ କରିବା ପାଇଁ ଇସ୍ରାଏଲର ୨ ହଜାର ସୈନିକ ସୁଡଙ୍ଗକୁ ଓହ୍ଲାଇଛନ୍ତି। ଇସ୍ରାଏଲକୁ ସହାୟତା ଦେବା ପାଇଁ ଆମେରିକା ୧୧ ହଜାର ସୈନିକଙ୍କୁ ପଠାଇବାକୁ ଯୋଜନା କରୁଛି। ଏମାନେ ସିଧାସଳଖ ଯୁଦ୍ଧରେ ସାମିଲ ନ ହୋଇ ସୀମା ସୁରକ୍ଷାରେ ନିୟୋଜିତ ହେବେ। ଇସ୍ରାଏଲ ଉପରେ ମଧ୍ୟ ଆକ୍ରମଣ ଥମିବାର ନା ଧରୁନି।
ନିଜର ୫ ଶହ ଲୋକଙ୍କୁ ମାରିଲା ହମାସ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











