The Ultimate Managed Hosting Platform
ADVERTISEMENT

ଭୁଶୁଡିଲା ନିର୍ମାଣଧୀନ ଫ୍ଲାଏଓଭର

Facebook
Twitter
LinkedIn

ମୁମ୍ବାଇ : ଭୁଶୁଡିଲା ନିର୍ମାଣଧୀନ ଫ୍ଲାଏଓଭର । ମହାରାଷ୍ଟ୍ରର ଚିପଲୁନ୍ରେ ମୁମ୍ବାଇ-ଗୋଆ ୪ ଲେନ୍ ବିଶିଷ୍ଟ ଏକ ନିର୍ମାଣାଧୀନ ଫ୍ଲାଏ ଓଭର ଭୁଶୁଡି ପଡିଛି। ଏହି ସମୟର ଏକ ଭୟାନକ୍ ଭିଡିଓ ସାମ୍ନାକୁ ଆସିଛି। ପ୍ରଥମେ ଫ୍ଲାଏ ଓଭରର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା, ପରେ ରାଜପଥର ଏକ ବ୍ଲକ୍ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ତଳେ ପଡ଼ିଯାଇଥିଲା।ଘଟଣା ସୋମବାରର। ଏଠାରେ ଚିପଲୁନରେ ନିର୍ମାଣାଧୀନ ମୁମ୍ବାଇ-ଗୋଆ ୪ ଲେନ ବିଶିଷ୍ଟ ରାଜପଥର ଏକ ଖମ୍ବ ଭୁଶୁଡି ପଡ଼ିଥିଲା ଏବଂ ଏହାପରେ ଫ୍ଲାଏ ଓଭରର ଏକ ଅଂଶ ଆଖି ପିଛୁଳାକେ ଖସିପଡିଥିଲା।
ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରେ କେହି ମୃତାହତ ହେବାର ଖବର ନାହିଁ। କୋଙ୍କଣ ଅଞ୍ଚଳର ସବୁଠାରୁ ବଡ଼ ଫ୍ଲାଏ ଓଭର ଭୁଶୁଡ଼ି ପଡ଼ିବାରୁ ଏହା ଉପରେ ଥିବା ଏକ କ୍ରେନ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login