The Ultimate Managed Hosting Platform
ADVERTISEMENT

ପଞ୍ଚାୟତ ନିର୍ବାଚନ; ଆଜି ଏସପି ଓ ଜିଲ୍ଲାପାଳଙ୍କ ସହ ହେବ ଆଲୋଚନା

Facebook
Twitter
LinkedIn

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି । ଏ ନେଇ ଆଜି ଏସପି ଓ ଜିଲ୍ଲାପାଳଙ୍କ ସହ ଏକ ବୈଠକ କରି ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନକୁ କିପରି ଶାନ୍ତିଶୃଙ୍ଖଳା ଓ କଟକଣା ଭିତରେ ଆୟୋଜନ କରାଯିବ ସେନେଇ ବିଚାର ବିମର୍ଶ କରାଯିବ । ଏହି ବୈଠକରେ ଭିସି ମାଧ୍ୟମରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଯୋଗଦେବେ ।

ଏହି ବୈଠକରେ ମୁଖ୍ୟଶାସନ ସଚିବ, ଡିଜିପି, ଗୃହ ସଚିବ, ରାଜସ୍ୱ ସଚିବ, ପଞ୍ଚାୟତିରାଜ ସଚିବ ଓ ଆରଡିସି ମଧ୍ୟ ଉପସ୍ଥିତ ରହିବେ । ସେପଟେ ଦିନକ ପରେ ଆରମ୍ଭ ହେବ ନାମାଙ୍କନ । ଏଥିପାଇଁ ଶେଷ ପର‌୍ୟ୍ୟାୟରେ କସରତ୍ କରୁଛନ୍ତି ସବୁ ଦଳ । ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସହ ବିଜୟ ସମ୍ଭାବନା ଥିବା ବ୍ୟକ୍ତିକୁ ବିଜେଡି ଦଳୀୟ ଟିକେଟ ଦେବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଜୋନ ସ୍ତରରେ କମିଟି ଗଠନ କରିଛି ବିଜେଡି । ଏହି କମିଟି ଜୋନସ୍ତରରୁ ୩ ଜଣିଆ ପ୍ରାର୍ଥୀଙ୍କ ନାମ ତାଲିକା ପଠାଇବେ । ଏହାକୁ ଦଳ ଭିତରେ ବିଚାର ବିମର୍ଶ କରାଯିବ । ଶେଷରେ କାହାକୁ ପ୍ରାର୍ଥୀ କରାଯିବ, ସେନେଇ ଚୂଡାନ୍ତ ନିଷ୍ପତ୍ତି ଦଳର ସୁପ୍ରିମୋ ଘୋଷଣା କରିବେ । ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଫୁଲ୍ ଦମରେ ଲାଗି ପଡିଛନ୍ତି । ତେବେ ନିର୍ବାଚନ ତିଥିକୁ ଅପେକ୍ଷା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login