ନୂଆଦିଲ୍ଲୀ : ଚୀନ ଗସ୍ତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ସ୍ୱତନ୍ତ୍ର ବିମାନ ଯୋଗେ ବେଜିଂରେ ପହଁଚିଲେ ପୁଟିନ୍ । ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ପ୍ରଥମ କରି ଏକ ପ୍ରମୁଖ ରାଷ୍ଟ୍ର ଗସ୍ତ କରିଛନ୍ତି ପୁଟିନ । ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ (ବିଆରଆଇ) ଫୋରମରେ ଯୋଗଦେବେ । ଏହା ୨ ଦିନ ଧରି ଚାଲିବ । ଚଳିତ ସପ୍ତାହରେ ମୋଟ ୧୩୦ ଦେଶର ପ୍ରତିନିଧି ଚୀନ ଗସ୍ତ କରିବେ । ଗତ ଫେବ୍ରୁଆରୀ ୨୦୨୨ରେ ଉଭୟ ନେତା ସୀମାହୀନ ସମ୍ପର୍କ ନେଇ ଦ୍ବିପାକ୍ଷିକ ଘୋଷଣା କରିଥିବାବେଳେ ବେଜିଂ ସମ୍ମିଳନୀରେ ଏହାର ସକାରାତ୍ମକ ପ୍ରଭାବ ପରିଲକ୍ଷିତ ହେବ । ମଧ୍ୟପ୍ରାଚ୍ୟରେ ଚୀନର ବିଭିନ୍ନ ସ୍ବାର୍ଥ ଥିବାରୁ ଦୁଇ ନେତାଙ୍କ ମଧ୍ୟରେ ଏନେଇ ଆଲୋଚନା ହେବାର ସମ୍ଭାବନା ରହିଛି ।
ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ବିରୋଧରେ ଆମେରିକା ଜାରି କରିଥିବା କଟକଣା ପ୍ରସଙ୍ଗ ବି ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ସ୍ଥାନ ପାଇବ । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ଇସ୍ରାଏଲକୁ ଆମେରିକାର ଖୋଲାଖୋଲି ସମର୍ଥନକୁ ସହଜରେ ଗ୍ରହଣ କରୁନାହାନ୍ତି ଋଷ ଓ ଚୀନ । ସେପଟେ ଇସ୍ରାଏଲ ସହ ନିଜର ଅର୍ଥନୈତିକ ଓ କୂଟନୈତିକ ଭାରସାମ୍ୟ ରଖିବା ଲାଗି ଚୀନ ଉଦ୍ୟମ କରୁଛି ।
ବେଜିଂରେ ପୁଟିନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାତ୍ରୀବାହୀ ବସରେ ଲାଗିଲା ନିଆଁ
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା ଉପନିର୍ବାଚନ ; କିଏ ହେବେ ବିଜେଡିରୁ ପ୍ରାର୍ଥୀ ?
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ସିରିଜ ପୋଛିନେଲା ଭାରତ , ୭ ୱିକେଟରେ ୱେଷ୍ଟିଣ୍ଡିଜକୁ ହରାଇଲା
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
କୋଲ୍ଡରିଫ ସମେତ ଏ ସମସ୍ତ ସିରପକୁ ବିଷାକ୍ତ କହିଲା “ହୁ”
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...