The Ultimate Managed Hosting Platform
ADVERTISEMENT

ରାଜ୍ୟରେ ଆଜି ବି ୧୦ ହଜାର ଉପରେ ଦୈନିକ ସଂକ୍ରମଣ; ୨ ଜଣଙ୍କ ମୃତ୍ୟୁ

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ ଲଗାତାର ତିନିଦିନ ହେବ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟାରେ ମୋଟ ୧୦ ହଜାର ୮୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୨୯୩ ଜଣ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୪୫୬୩ ଜଣ । ଏଥି ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୨୨ ହଜାର ୭୫୩ ରେ ପହଞ୍ଚିଛି ।

ଆଜି ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩,୦୮୭ ରହିଛି । ସେହିପରି ସୁନ୍ଦରଗଡ଼ରୁ ୧୯୪୩, କଟକରୁ ୯୦୯, ସମ୍ବଲପୁରରୁ ୫୦୦, ମୟୂରଭଞ୍ଜରୁ ୩୭୬, ବାଲେଶ୍ବରରୁ ୩୨୬, ପୁରୀରୁ ୧୯୮, ଝାରସୁଗୁଡାରୁ ୨୧୧, ବଲାଙ୍ଗୀରରୁ ୨୫୯, ଯାଜପୁରରୁ ୨୧୦, କୋରାପୁଟରୁ ୧୬୫, ଗଞ୍ଜାମରୁ ୧୩୯, ଜଗତସିଂହପୁର ୨୨୨, ଭଦ୍ରକରୁ ୧୦୧, ରାୟଗଡ଼ାରୁ ୧୫୬, କଳାହାଣ୍ଡିରୁ ୧୪୪, ନବରଙ୍ଗପୁରରୁ ୧୦୬, କେନ୍ଦୁଝରରୁ ୮୪, ସୋନପୁରରୁ ୧୦୨, ନୟାଗଡ଼ରୁ ୧୪୫, ଗଜପତିରୁ ୧୩୫, ବରଗଡ଼ରୁ ୧୪୫, ନୂଆପଡାରୁ ୭୫, କେନ୍ଦ୍ରାପଡାରୁ ୭୫, ଢେଙ୍କାନାଳରୁ ୬୯, ଅନୁଗୁଳରୁ ୧୦୪, କନ୍ଧମାଳରୁ ୪୨, ଦେବଗଡ଼ରୁ ୨୪, ମାଲକାନଗିରିରୁ ୫୪, ବୌଦ୍ଧରୁ ୩୮ ଓ ଷ୍ଟେଟପୁଲରୁ ୭୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ୨୪ ଘଣ୍ଟାରେ ୨୨୧୬ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଥିବା ବେଳେ, ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଗତସିଂହପୁର ଓ ପୁରୀରୁ ଜଣେ ଲେଖାଏଁ ଥିବା ଜଣା ପଡ଼ିଛି । ଏଥି ସହ ରାଜ୍ୟ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୪୭୮କୁ ବୃଦ୍ଧି ପାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login