The Ultimate Managed Hosting Platform
ADVERTISEMENT

ଲିଟେରାରୀ ଟ୍ରଷ୍ଟର ୯ମ ସାହିତ୍ୟ ଉତ୍ସବ

Facebook
Twitter
LinkedIn

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିତାଘର ଲିଟେରାରୀ ଟ୍ରଷ୍ଟର ନବମ ବାର୍ଷିକ ଉତ୍ସବ ସଭାପତି ଡ଼ଃ ରାଜେନ୍ଦ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଗୋପାଳପୁର ଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ବିଶିଷ୍ଟ ସାହିତ୍ୟିକା ମମତା ଦାଶ, ସମ୍ମାନିତ ଅତିଥି ଭାବେ ରାୟଗଡ଼ାର ସୁଶାନ୍ତ କୁମାର ନାୟକ, ନିମନ୍ତ୍ରିତ ଅତିଥି ଭାବେ ଗଞ୍ଜାମ ଡେପୁଟି କଲେକ୍ଟର ଦୟାସିନ୍ଧୁ ପରିଡ଼ା ଉପସ୍ଥିତ ଥିବାବେଳେ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ପ୍ରାୟ ୫୦ରୁ ଉଦ୍ଧ୍ୱର୍ କବି ନିଜେ ନିଜର କବିତା ପାଠ କରିଥିବା ବେଳେ ସଂଗୀତ ଓ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରମୋଦ କୁମାର ପଣ୍ଡା, ସରୋଜକାନ୍ତ ରଥ, ଭାଗିରଥି ବେହେରା, ବିଦେଶୀ ନାୟକ, ସୁଧାଂଶୁ ଶେଖର ସାହୁ, ଜ୍ୟୋସ୍ନା କୁମାରୀ ପ୍ରଧାନ ପ୍ରମୁଖ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login