ନୂଆଦିଲ୍ଲୀ : ଯୁଦ୍ଧ ଘନଘଟା ଭିତରେ ଇସ୍ରାଏଲ ଗସ୍ତ କରି ପାରନ୍ତି ବାଇଡେନ । ପ୍ରଧାନମନ୍ତ୍ରୀ ନେତନ୍ୟାହୁ ରାଷ୍ଟ୍ରପତି ବାଇଡେନଙ୍କୁ ନିମନ୍ତ୍ରଣ କରିଛନ୍ତି । ବାଇଡେନଙ୍କ ଗସ୍ତ ସମ୍ଭାବନା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା । ଇସ୍ରାଏଲ ସାଥୀରେ ରହିଛୁ ବୋଲି ଆମେରିକା ସ୍ପଷ୍ଟ କରି ସାରିଛି । ଯୁଦ୍ଧ ପାଇଁ ଆମେରିକା ସେନା ପଠାଇବନି କହି ସାରିଛନ୍ତି ବାଇଡେନ । ଇସ୍ରାଏଲ ଆକ୍ରମଣରେ ଏଯାବତ ୨୬୭୦ ପାଲେଷ୍ଟେନୀୟଙ୍କ ମୃତ୍ୟୁ । ଯୁଦ୍ଧର ନବମ ଦିନ ସୁଦ୍ଧା ୯,୨୦୦ ପାଲେଷ୍ଟେନୀୟ ଆହତ ହୋଇଥିବା ସୂଚନା । ହମାସ ଆକ୍ରମଣରେ ୧୪୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ।
ଅନ୍ୟପଟେ ଇସ୍ରାଏଲ-ହମାସ ମଧ୍ୟରେ ଲାଗିରହିଥିବା ମହାସଂଗ୍ରାମ ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି । ହମାସ୍ ଆତଙ୍କବାଦୀଙ୍କୁ ନିପାତ କରିବା ପ୍ରତିଜ୍ଞାରେ ଅଟଳ ରହିଥିବା ଇସ୍ରାଏଲ ଗାଜାପଟିରେ ସର୍ଜିକାଲ ଷ୍ଟ୍ରାଇକ୍ ସହ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିବାକୁ ଯାଉଛି । ଏପଟେ ଇସ୍ରାଏଲକୁ ସମର୍ଥନ କରି ଆମେରିକା ସମେତ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଏକାଠି ହେବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ ତୃତୀୟ ବିଶ୍ବଯୁଦ୍ଧ ପାଇଁ ଆଶଙ୍କା ବଢିଛି । ଅନ୍ୟପକ୍ଷରେ ପାଲେଷ୍ଟାଇନ୍ ସମର୍ଥନରେ ଅନେକ ଇସଲାମିକ୍ ରାଷ୍ଟ୍ର ମଧ୍ୟ ମେଳି କରିବା ଆରମ୍ଭ କରିଛନ୍ତି । ପରସ୍ପର ବିରୋଧୀ ରାଷ୍ଟ୍ର ଏକାଠି ହେବାକୁ ଲାଗିଥିବାରୁ ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧକ୍ଷେତ୍ର ସୃଷ୍ଟି ହେବା ଆଶଙ୍କା ବଢୁଛି ।
ଇସ୍ରାଏଲ ଯିବେ ବାଇଡେନ !
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







