ନୂଆଦିଲ୍ଲୀ : କର୍ଣ୍ଣାଟକ ବେଙ୍ଗାଲୁରୁରେ ଜଳିଗଲା ଇଲେକ୍ଟ୍ରିକ କାର । କାରରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି କି, କିପରି କାର୍ ହୁତୁହୁତୁ ହୋଇ ଜଳିବାରେ ଲାଗିଛି । ନିଆଁ ଲାଗିବା ପରେ କାରରେ ଥିବା ଲୋକ ବାହାରି ଆସିଥିଲେ । ଏଥିରେ କେହି ବି ହତାହତ ହୋଇନାହାନ୍ତି । ତେବେ କାର କେଉଁ କମ୍ପାନୀର ଥିଲା, ତାହା ଏଯାଏଁ ଜଣାପଡିନି । ଘଟଣା ଶନିବାର ଦିନ ଘଟିଥିଲା । ନିଆଁ ଲାଗିବାର କାରଣ ପୋଲିସ ଖୋଜୁଛି । ଖବର ମୁତାବକ, କର୍ଣ୍ଣାଟକ ବେଙ୍ଗାଲୁରୁର ଜେପି ନଗର ଅଞ୍ଚଳରେ ଡାଲମିୟା ସର୍କଲ ପାଖରେ ଏକ ଇଲେକ୍ଟ୍ରିକ କାରରେ ନିଆଁ ଲାଗିଯାଇଥିଲା । ପୋଲିସ ମୁତାବକ, ଘଟଣାରେ କେହି ହତାହତ ହୋଇନାହାନ୍ତି ।
Views: 152