ପାରାଦୀପ : କଳିଙ୍ଗର ବୀରତ୍ୱର ଗାଥା ବହନ କରୁଥିବା କଳିଙ୍ଗ ବାଲିଯାତ୍ରା ୨୦୨୩ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ପାରାଦୀପ ଅପିସର କ୍ଲବରେ ଜିଲ୍ଲାପାଳ ପାରୁଲ ପଟୱାରିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ , ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ଵାଳ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ, ଉପାଧ୍ୟକ୍ଷା ଛବି ଲତା ରାଉତ, ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, କୁଜଙ୍ଗ ତହସିଲଦାର ପ୍ରୀତିପର୍ଣା ମହାନ୍ତି, ପାରାଦୀପ ଡିଏସପି ସନ୍ତୋଷ କୁମାର ଜେନା ପ୍ରମୂଖ ଯୋଗଦେଇଥିବା ବେଳେ ବାଲିଯାତ୍ରା କମିଟି ର ବହୁ ନେତୃମଣ୍ଡଳୀ ଯୋଗ ଦେଇଥିଲେ । ଚଳିତ ବର୍ଷ ବାଲିଯାତ୍ରା ପଡିଆ କୁ ଆହୁରି ଆକର୍ଷଣ କରିବା, ଟ୍ରାଫିକ ନିୟନ୍ତ୍ରଣ ଓ ରାଜ୍ୟ ତଥା ରାଜ୍ୟ ବାହାର ର କଳାକାର ଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବାକୁ ମତ ପ୍ରକାଶ ପାଇଥିଲା । ବିଶେଷ କରି ଦୋଛକି ରୁ ଅଠରବାଙ୍କୀ ପର୍ୟ୍ୟନ୍ତ ରାସ୍ତା ର ମରାମତି ଉପରେ ସମସ୍ତେ ପ୍ରସ୍ତାବ ଦେଇଥିବା ବେଳେ ଗତବର୍ଷ ରହିଯାଇଥିବା କେତେକ ତ୍ରୁଟୀ କୁ ଚଳିତ ବର୍ଷ ସୁଧାର ଆଣିବା ପାଇଁ ସମସ୍ତେ ପ୍ରସ୍ତାବ ଦେଇଥିଲେ । ଆସନ୍ତା ନଭେମ୍ବର ୨୮ ତାରିଖ ରୁ ଏହି କଳିଙ୍ଗ ବାଲିଯାତ୍ରା ୭ ଦିନ ଧରି ଚାଲିବ ବୋଲି ଜଣାପଡ଼ଛି ।
ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











