The Ultimate Managed Hosting Platform
ADVERTISEMENT

ପୋଲିସ ଗାଡିରେ ବସି ରିଲ୍ସ କରିବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ପୋଲିସ ଅଧିକାରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ପୋଲିସ ଗାଡିରେ ରିଲ୍ସ କରି ଫସିଲେ ସୋସିଆଲ ମିଡିଆ ଲୋକପ୍ରିୟ ଚେହରା ପାୟଲ ପରମାର । ଆଉ ଯୁବତୀଙ୍କୁ ପୋଲିସ ଗାଡି ଦେଇ ଫସିଛନ୍ତି ପଞ୍ଜାବ ପୋଲିସର ଜଣେ ଥାନା ଅଧିକାରୀ । ଯୁବତୀଙ୍କୁ ପୋଲିସ ଗାଡି ଦେଇଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ଗାଡିରେ ଉପରେ ବସି ରିଲ୍ସ କରି ଯୁବତୀ ଜଣକ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଆଉ ଏହି ଭିଡିଓ ଭାଇରଲ ହେବା ପରେ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଛି କି, ପୋଲିସ ଗାଡି ଉପରେ ବସି ଜଣେ ଯୁବତୀ ରିଲ୍ସ କରୁଛନ୍ତି । ଯୁବତୀ ଜଣକ ଗାଡି ଉପରେ ବସି ଅଶ୍ଳୀଳ ଇଙ୍ଗିତ କରୁଥିବା ନଜର ଆସିଛନ୍ତି । ଏହି ମାମଲାରେ ଜଳନ୍ଧର ପୋଲିସର ଆୟୁକ୍ତ କୁଲଦୀପ ଚହଲ ଷ୍ଟେସନ ହାଉସ ଅଫିସର ଅଶୋକ ଶର୍ମାଙ୍କୁ ନିଲମ୍ବିତ କରିଛନ୍ତି । ଏପର୍ୟ୍ୟନ୍ତ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ପ୍ରତି କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ନିଆଯାଇନାହିଁ । ତେବେ ଯୁବତୀ ଜଣକ ଇନଷ୍ଟା ଆକାଉଣ୍ଟରୁ ଏହି ଭିଡିଓକୁ ଡିଲିଟ କରିଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...

Login