ନୂଆଦିଲ୍ଲୀ : ଭାରତର ମହାନ କୃଷି ବୈଜ୍ଞାନିକ ଏମ ଏସ ସ୍ୱାମୀନାଥନଙ୍କ ବିୟୋଗ । ଆଜି ଚେନ୍ନାଇରେ ୧୧.୨୦ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ସେ ଭାରତର ସବୁଜ ବିପ୍ଲବର ଜନକ ବୋଲି କୁହାଯାଉଥିଲା । ତେବେ ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏମଏସ ସ୍ୱାମୀନାଥନଙ୍କ ଜନ୍ମ ଅଗଷ୍ଟ ୭, ୧୯୨୫ରେ ତାମିଲନାଡୁ କୁମ୍ଭକୋଣମରେ ହୋଇଥିଲା । ସ୍ୱାମୀନାଥମ ଡିପାର୍ଟମେଣ୍ଟ ଅଫ ଏଗ୍ରିକଲଚରର ବୈଜ୍ଞାନିକ ରହିଥିଲେ । ସେ ୧୯୭୨ରୁ ୧୯୭୯ ପର୍ୟ୍ୟନ୍ତ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚର ରିସର୍ଚ୍ଚର ଅଧ୍ୟକ୍ଷ ଭାବେ କାମ କରୁଥିଲେ । କୃଷି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ଭାରତ ସରକାରଙ୍କ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।
Views: 86