ଭୁବନେଶ୍ୱର : ଅଲ ଓଡ଼ିଶା ବସ୍ ମାଲିକ ସଂଘ ଆନ୍ଦୋଳନ ପ୍ରସଙ୍ଗ । ପରିବହନ କମିସନରଙ୍କ ସହ ହୋଇଛି ଆଲୋଚନା । ହେଲେ ପୂର୍ବ ନିଷ୍ପତି ଅନୁଯାୟୀ ୨ ତାରିଖରେ ମାଲକାନଗିରି ଓ ୧୦ ତାରିଖରେ ଓଡ଼ିଶା ବନ୍ଦ ନିଷ୍ପତିରେ ଏବେବି ବଳବତର ରହିଛି ବୋଲି କହିଛି ସଂଘ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଓଡିଶା ବସ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତି ନେଇଛି । ଅନ୍ୟପଟେ ଲକ୍ଷ୍ମୀ ଯୋଜନାରେ ବହୁ ଲୋକଙ୍କ ଗମନାଗମନ ସୁଗମ ହେବ ବୋଲି କହିଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ଆସନ୍ତା ୨ ତାରିଖରେ ମାଲକାନଗିରିରେ ୨୪ ଘଂଟା ପାଇଁ ବନ୍ଦ ରହିବ ବେସରକାରୀ ବସ ଚଳାଚଳ । ଏହାଛଡା ବାହାର ଜିଲ୍ଲାରୁ କୌଣସି ବସ କୋରାପୁଟ, ମାଲକାନଗିରି, ଜୟପୁର ନବରଙ୍ଗପୁରକୁ ଯିବ ନାହିଁ । ଏହି ଦିନ ମାଲକାନଗିରିରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ହେବାର ଅଛି । ସଂଘ କହିଛି, ଲକ୍ଷ୍ମୀ ଓ ମୋ ବସ ଯୋଜନାରେ ରାଜ୍ୟର ଘରୋଇ ବସ ପ୍ରଭାବିତ ହେବ । ଘରୋଇ ବସଗୁଡିକୁ ଲିଜରେ ନେଇ ଲକ୍ଷ୍ମୀ ବସ୍ ଅଧିନରେ ଚଳାଇବାକୁ ସଂଘ ଦାବି କରିଛି ।
ଧର୍ମଘଟ ନିଷ୍ପତିରେ ଘରୋଇ ବସ ମାଲିକ ସଂଘ ଅଟଳ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











