ଭୁବନେଶ୍ୱର : ଅଲ ଓଡ଼ିଶା ବସ୍ ମାଲିକ ସଂଘ ଆନ୍ଦୋଳନ ପ୍ରସଙ୍ଗ । ପରିବହନ କମିସନରଙ୍କ ସହ ହୋଇଛି ଆଲୋଚନା । ହେଲେ ପୂର୍ବ ନିଷ୍ପତି ଅନୁଯାୟୀ ୨ ତାରିଖରେ ମାଲକାନଗିରି ଓ ୧୦ ତାରିଖରେ ଓଡ଼ିଶା ବନ୍ଦ ନିଷ୍ପତିରେ ଏବେବି ବଳବତର ରହିଛି ବୋଲି କହିଛି ସଂଘ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଓଡିଶା ବସ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତି ନେଇଛି । ଅନ୍ୟପଟେ ଲକ୍ଷ୍ମୀ ଯୋଜନାରେ ବହୁ ଲୋକଙ୍କ ଗମନାଗମନ ସୁଗମ ହେବ ବୋଲି କହିଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ଆସନ୍ତା ୨ ତାରିଖରେ ମାଲକାନଗିରିରେ ୨୪ ଘଂଟା ପାଇଁ ବନ୍ଦ ରହିବ ବେସରକାରୀ ବସ ଚଳାଚଳ । ଏହାଛଡା ବାହାର ଜିଲ୍ଲାରୁ କୌଣସି ବସ କୋରାପୁଟ, ମାଲକାନଗିରି, ଜୟପୁର ନବରଙ୍ଗପୁରକୁ ଯିବ ନାହିଁ । ଏହି ଦିନ ମାଲକାନଗିରିରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ହେବାର ଅଛି । ସଂଘ କହିଛି, ଲକ୍ଷ୍ମୀ ଓ ମୋ ବସ ଯୋଜନାରେ ରାଜ୍ୟର ଘରୋଇ ବସ ପ୍ରଭାବିତ ହେବ । ଘରୋଇ ବସଗୁଡିକୁ ଲିଜରେ ନେଇ ଲକ୍ଷ୍ମୀ ବସ୍ ଅଧିନରେ ଚଳାଇବାକୁ ସଂଘ ଦାବି କରିଛି ।
ଧର୍ମଘଟ ନିଷ୍ପତିରେ ଘରୋଇ ବସ ମାଲିକ ସଂଘ ଅଟଳ

Facebook
Twitter
LinkedIn
Facebook
Twitter
LinkedIn
Recent News
ଖାଇକୁ ଖସିଲା କାର , ଚାଲିଗଲା ୨ ଭାଇଙ୍କ ଜୀବନ
ୟୁପି : ଉତ୍ତରପ୍ରଦେଶ ପିଲିଭିତ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଥିବା ବେଳେ ୩ ଜଣ ଆହତ ଗୁରୁତର ଆହତ ହୋଇଛନ୍ତି ।...
ଝରଣାରେ ବୁଡି ୨ ଜଣଙ୍କର ଚାଲିଗଲା ଜୀବନ
ରାଉରକେଲା : ଝରଣାରେ ଗୋଡ ଖସି ୨ ଜଣଙ୍କର ଚାଲିଗଲା ଜୀବନ । ୪ ଜଣ ଉଦ୍ଧାର ହୋଇଛନ୍ତି । ବ୍ରାହ୍ମଣୀତରଙ୍ଗ ଥାନା ବିରକେରା ନ୍ଖଳଙ୍କ ଘାଘରା...
ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ
ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍...
ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଜାରି
ନୂଆପଡା : ନୂଆପଡା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି । ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି...