The Ultimate Managed Hosting Platform
ADVERTISEMENT

ଗର୍ଜିଲେ ଆୟୁଷ ଡାକ୍ତର, ରାଜଧାନୀର ଛାତି ଉପରେ ମୁହାଁମୁହିଁ ପରିସ୍ଥିତି

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀର ଛାତି ଉପରେ ମୁହାଁମୁହିଁ ପରିସ୍ଥିତି । ଲୋୟର ପିଏମଜିରେ ଗର୍ଜିଲେ ଆୟୁଷ ଡାକ୍ତର । ନାରାବାଜି କଲେ ସରକାରଙ୍କ ଉପରେ ବର୍ଷିଲେ । ରାଜ୍ୟ ସରକାର ମୁର୍ଦାବାଦ ବୋଲି ନାରା ଦେଇ ଗର୍ଜିଲେ । ବାରମ୍ବାର ଦାବି ପୂରଣ ନେଇ ରାଜରାସ୍ତାରେ ଆନେ୍ଦାଳନ କରୁଛନ୍ତି ଆୟୁଷ ଡାକ୍ତର । ଦାବି ପୂରଣ ପାଇଁ ଲୋୟର ପିଏମଜିରେ ଆନେ୍ଦାଳନ କରିଛନ୍ତି ଆୟୁଷ ଡାକ୍ତର । ରାଜଧାନୀର ଛାତି ଉପରେ ଆୟୁଷ ଡାକ୍ତରଙ୍କ ଏ ଉଗ୍ର ରୂପ ହିଁ ବୟାନ କରୁଛି । ଆନେ୍ଦାଳନ ବେଳେ ମୁହାଁମୁହିଁ ହୋଇଛନ୍ତି ଆୟୁଷ ଡାକ୍ତର ଓ ପୁଲିସ । ଏପରିକି କିଛି ଛାତ୍ରଛାତ୍ରୀଙ୍କୁ ପୁଲିସ ଉଠାଇ ନେଇଛି । ଆୟୁଷ ଡାକ୍ତର ଛାତ୍ରଛାତ୍ରୀଙ୍କୁ ଉଠାଇ ନେଇ ଯାଉଥିବା ପୋଲିସ ଭ୍ୟାନ ଆଗକୁ ଅଟକାଇଥିଲେ ଛାତ୍ରଛାତ୍ରୀ । କିଛି ସମୟ ପାଇଁ ପରିସ୍ଥିତି ଅଣାୟତ ହୋଇଥିଲା । ସାମାନ୍ୟ ଜ୍ୱର କାଶ ଏବଂ ସାଧାରଣ ରୋଗ ପାଇଁ ଆୟୁଷ ଡାକ୍ତରଙ୍କ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାର ଏଥିପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରାଳୟ ଆୟୁଷ ମନ୍ତ୍ରାଳୟ କରିଛନ୍ତି । କିନ୍ତୁ ରାଜ୍ୟରେ ଆୟୁଷ ଡାକ୍ତର ଅଲୋଡା ହୋଇ ରହିଛନ୍ତି । ସେମାନଙ୍କର ଦାବି ହେଲା ୨୧ ବର୍ଷ ହେଲା ଆୟୁଷ ଡାକ୍ତରଙ୍କୁ ମିଳିନାହିଁ ନିଯୁକ୍ତି । ରାଜ୍ୟରେ ୮ ହଜାର ଆୟୁଷ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବା କଥା । ୮୦୦ ଆୟୁଷ ହସ୍ପିଟାଲ ଖୋଲାଯିବା କଥା । ତେଣୁ ଦାବି ପୂରଣ ନ ହେଲେ ଆଗକୁ ଆନେ୍ଦାଳନ ଆହୁରୀ ତୀବ୍ରତର ହେବ ବୋଲି କହିଛନ୍ତି ଆୟୁଷ ଡାକ୍ତର ଛାତ୍ର ଛାତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍...

Login