ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳ ବଦଳ ଅଭିଯୋଗ ।ପୁଅ ହୋଇଛି କହି ଝିଅ ଧରାଇବା ପରି ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଲେ ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି । କାଲି ରାତି ସାଢେ ୧୦ରେ ପୁଅ ହେଲା ବୋଲି ସୂଚନା ଦେଲେ । ମାତ୍ର ଫଟୋ ଉଠାଇବା ବେଳେ ଝିଅ ହୋଇଥିବା ଦେଖିଲେ । ଏ ନେଇ ପରିବାର ପକ୍ଷରୁ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ନିର୍ଦ୍ଦେଶକ କହିଛନ୍ତି, ଏ ଘଟଣାର ତଦନ୍ତ ସହ DNA ଟେଷ୍ଟ କରାଯିବ । ଏହି ଘଟଣାର ତଦନ୍ତ ପାଇଁ ତିନି ଜଣିଆ ଟିମ୍ ଗଠନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
Views: 99











