ଭୁବନେଶ୍ୱର : ନିଜ ଅଧିକାର ପାଇଁ କରୁଛନ୍ତି ଲଢେଇ । ବିଏମସି ଅଫିସ ଆଗରେ ବସିଛନ୍ତି ହଜାର ହଜାର ବସ୍ତି ବାସିନ୍ଦା । ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ ଦାବିରେ ବିଏମସି କାର୍ଯ୍ୟାଳୟ ଆଗରେ ଧାରଣା । ସହରାଞ୍ଚଳରେ ସମସ୍ତ ଭୂମିହୀନ ଶ୍ରମଜୀବି ମାନଙ୍କୁ ମାଗଣାରେ ଜମି ଦେବା ପାଇଁ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଗଣ ଧାରଣା । ଆଜି ବି ସାଧାରଣ ଶ୍ରମିଜୀବି ସର୍ବନିମ୍ନ ସୁବିଧାରୁ ବଞ୍ଚିତ । ବସ୍ତି ବାସୀନ୍ଦା ଆଜି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଜି ଭୁବନେଶ୍ୱର ମହାନଗର ନିଗମ ସମ୍ମୁଖରେ ବସ୍ତି ବାସୀନ୍ଦା ସୁରକ୍ଷା ମଞ୍ଚ ପକ୍ଷରୁ ୧୧ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମସ୍ତ ବସ୍ତି ବାସୀନ୍ଦାଙ୍କୁ ମାଗଣାରେ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିବା ସହିତ ରାଜସ୍ୱ ବିଭାଗରେ ଦାଖଲ କରିବା ଓ ଖଜଣା ଆଦାୟ ବ୍ୟବସ୍ଥା କରିବାକୁ ଦାବି କରିଛି ମଞ୍ଚ । ତେବେ ଦାବି ଗୁଡିକ ଯଦି ପୂରଣ ନ ହୁଏ ତେବେ ଆଗକୁ ଆନେ୍ଦାଳନ ତୀବ୍ର ହେବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।
Views: 105











