The Ultimate Managed Hosting Platform
ADVERTISEMENT

ମେଟ୍ରୋ ଟାୱାରରେ ଅଗ୍ନିକାଣ୍ଡ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ବାଣୀବିହାର ମେଟ୍ରୋ ଟାୱାରରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ପଞ୍ଚମ ମହଲାରେ ଲାଗିଲା ନିଆଁ । ଧୂଆଁ ଭିତରୁ ୨ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ପ୍ଲାଏ ୱାର୍କ ସପର ସଟର କାଟି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ନିଆଁ ଲାଗିବା ପରେ ଚାରିଆଡେ ଧୂଆଁ ହୋଇଯାଇଥିଲା। ଏହାରି ଭିତରେ ଦୁଇ ଜଣ ନାବାଳକ ଫସିରହି ଯାଇଥିଲେ । ଖବର ଅନୁଯାୟୀ, ବାଣୀବିହାର ସ୍ଥିତ ମେଟ୍ରୋ ଟାଓ୍ୱାରର ପଞ୍ଚମ ମହଲାରେ ଥିବା ଏକ ଅଫିସରେ ନିଆଁ ଲାଗିଥିଲା । ଅଫିସର ଡିଜାଇନ୍ ପାଇଁ ପ୍ଲାଏ କାମ ଚାଲୁଥିଲା । ରାତି ହେବାରୁ ମିସ୍ତ୍ରୀ ଚାଲିଯାଇଥିଲା । ବାକି ଦୁଇ ଜଣ ହେଲ୍ପର ଭାବେ କାମ କରୁଥିବା ପିଲା ସେଠାରେ ରହିଯାଇଥିଲେ । ଦୁଇ ଜଣ ପିଲା ନିଦରେ ଶୋଇଥିବା ସମୟରେ ନିଆଁ ଲାଗିବା ସହ ଅଫିସ ଚାମ୍ବର ଭିତରେ ଧୂଆଁ ବ୍ୟାପିଥିଲା । ଦୁଇ ହେଲପରଙ୍କ ନିଦ ଭାଙ୍ଗିବା ବେଳକୁ ନିଆଁ ଓ ଧୂଆଁରେ ବଳୟ ସୃଷ୍ଟି ହୋଇସାରିଥିଲା । ଏହାପରେ ୧୧୨କୁ କଲ୍ କରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ନାବାଳକଙ୍କୁ ଉଦ୍ଧାର କରିଥିଲେ। ତେବେ ଉଦ୍ଧାର ଦୁଇ ଜଣ ପିଲା ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login