ଅନୁଗୁଳ : ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ବଅଁରପାଳ ବ୍ଲକ ଗଡସନ୍ତିରି ଗାଁରେ ହାତୀ ଆତଙ୍କ । ଚାଷ ପାଇଁ ବିଲକୁ ଯାଉଥିବା ବେଳେ ଦଳିଦେଲା ହାତୀ । ମୃତକ ବାଇଝାଲିଆସାହି ର ପ୍ରଫୁଲ୍ଲ ଭୋଇ । ରାତିରେ ପ୍ଲାଣ୍ଟରୁ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ପ୍ରଫୁଲ୍ଲ । ଘଟଣାସ୍ଥଳରେ ହିଁ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ପ୍ରଫୁଲ୍ଲଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
Views: 90











