ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ସିଙ୍ଗିଡ଼ା ଫାଣ୍ଡି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ସିଙ୍ଗିଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍କୁଟି ଚାଳକର ମୃତ୍ୟୁ। ଶୁକ୍ରବାର ଦିନ ଅପରାହ୍ନ ସମୟରେ ଅଜଣା ଗାଡି ଧକ୍କାରେ ସ୍କୁଟି ଚାଳକ ପୁରୁଣା ଦେଓ ଗାଁର ସୁରେଶ ମହାନ୍ତଙ୍କ ମୃତ୍ୟୁ। ସୁରେଶ ଜାତୀୟ ରାଜପଥରେ କେନ୍ଦୁଝର ଆଡ଼କୁ ଯାଉଥିବା ସମୟରେ ଏକ ଟ୍ରକ ପିଟିବାରୁ ସ୍କୁଟି ଚାଳକଙ୍କ ଉପରେ ଟ୍ରକ ଚଢ଼ି ଯାଇ ଘଟଣା ସ୍ଥଳରେ ହିଁ ସୁରେଶ ର ମୃତ୍ୟୁ ହୋଇଥିଲା। ତେବେ ଟ୍ରକଟି ଦୁର୍ଘଟଣା ଘଟାଇ ସେଠାରୁ ଦ୍ରୁତ ଗତିରେ ଖସି ଯାଇଛି। ଏହା ପରେ ସ୍ଥାନୀୟ ଲୋକମାନେ ଉତ୍ତ୍ୟକ୍ତ ହୋଇ ଜାତୀୟ ରାଜପଥ ଅବରୋଧ କରି କ୍ଷତିପୂରଣ ଦାବି କରିବା ସହିତ ୪୯ ନଂ ଜାତୀୟ ରାଜପଥର ମରାମତି ଦାବିରେ ସିଙ୍ଗିଡା କୋଲେଜ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ଉଭୟ ପଟେ ଶହ ଶହ ଗାଡି ଅଟକିରହିଛି । ଖବର ପାଇ ଦୁର୍ଘଟଣା ସ୍ଥଳରେ ସିଙ୍ଗିଡା ଫାଣ୍ଡି ଅଧିକାରୀ ପହଁଚି ଲୋକମାନକୁ ବୁଝାମଣା କରିଥିଲେ କିନ୍ତୁ ଲୋକେ ନିଜ ଜିଦରେ ଅଟଳ ଥିବା ଦେଖିବାକୁ ମିଳିଛି ।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍କୁଟି ଚାଳକ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











