The Ultimate Managed Hosting Platform
ADVERTISEMENT

ପଞ୍ଜାବ ମୁଖ୍ୟମନ୍ତୀଙ୍କୁ ଗିରଫ କରାଯାଉ; ଆସାମ ମୁଖ୍ୟନ୍ତ୍ରୀ

Facebook
Twitter
LinkedIn

ନୁଆଦିଲ୍ଲୀ; ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଢ଼ଯନ୍ତ୍ର କରିଥିବା ଅଭିଯୋଗରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କୁ ଗିରଫ କରିବାକୁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଅଭିଯୋଗ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ପଞ୍ଜାବ ସାକରଙ୍କ ଉପରେ ବର୍ଷିଛନ୍ତି ହିମନ୍ତ । ସେ କହିଛନ୍ତି ଯେ ‘‘ଉଭୟ ଚନ୍ନି ସରକାର ଓ କଂଗ୍ରେସ ମିସି ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଚନ୍ନି ନିଜର ଚୌକି ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଢ଼ଯନ୍ତ୍ର କରିଥିଲେ ।’’

ସେ ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କୌଣସି ବିଦେଶୀ ଶତ୍ରୁଙ୍କ ସହ ମିଶି ଷଡଯନ୍ତ୍ର କରିଥିବେ ବୋଲି କହିଛନ୍ତି ହିମନ୍ତ । ତେଣୁ ଏହାର ନିରପେକ୍ଷ ଯାଞ୍ଚର ଆବଶ୍ୟକତା ରହିଥିଲା । ସୁପ୍ରିମକୋର୍ଟକୁ ମାମଲା ଯିବା ପରେ ପଞ୍ଜାବ ସରକାର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଡ୍ରାମା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସଭାସ୍ଥଳ ପର‌୍ୟ୍ୟନ୍ତ ସୁରକ୍ଷିତ ଭାବେ ପହଞ୍ଚାଇବା ପଞ୍ଜାବ ସରକାରଙ୍କର ଦାୟିତ୍ୱ ଥିଲା କିନ୍ତୁ ତାହା ହୋଇପାରିଲା ନାହିଁ । ଆସାମର ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ ଟେଲିଭିଜନ ଚ୍ୟାନେଲ ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍ ଅପରେସନରୁ ସ୍ପଷ୍ଟ ହୋଇଛି ଯେ, ପ୍ରଧାନମନ୍ତ୍ରୀଙ୍କ କାରକେଡ ଯେଉଁ ଅଞ୍ଚଳରେ ଅଟକି ରହିଥିଲା ସେଠାରେ ପ୍ରଦର୍ଶନ ହେବ ବୋଲି ପୂର୍ବରୁ ପୋଲିସକୁ ସୂଚନା ମିଳିଥିଲା । ଏନେଇ ଉପରିସ୍ଥ ଅଧିକାରୀ ମଧ୍ୟ ଜାଣିଥିଲେ । ଏହାସତ୍ତ୍ୱେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଗଲା ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login