କଟକ : ଗଣେଶ ପୂଜାରେ ଅଘଟଣ । ତାରରେ ମୂର୍ତ୍ତି ଲାଗିଯିବା ଫଳରେ ଜଣେ ଛାତ୍ର ମୃତ ୪ ଜଣ ଗୁରୁତର ହୋଇଛନ୍ତି । ଗଣେଶ ମୂର୍ତ୍ତି ଆଣିଲା ବେଳେ ୧୧ କେଭି ତାରରେ ଲାଗିଲା । ନରାଜ ସ୍ଥ୍ିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ ଅଘଟଣ । ଗଶେଶ ପୂଜା ପାଇଁ ମୂର୍ତ୍ତି ନେବା ବେଳେ ୫ ଜଣ ଛାତ୍ର ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ମହାରାଷ୍ଟ୍ରର ଔରଙ୍ଗାବାଦ୍ ଜିଲ୍ଲାର ରୋହନ ଭଗବାନ ସାୱେଲ। ଆହତମାନଙ୍କୁ ଘରୋଇ ହସ୍ପିଟାଲରେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି କଟକ ମେୟର ।
Views: 77