ନୂଆଦିଲ୍ଲୀ : ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲେ କାନାଡା ସରକାର । ଖଲିସ୍ତାନୀ ନେତାଙ୍କ ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଅଭିଯୋଗ । ଖଲିସ୍ତାନୀ ନେତା ହରିଦୀପ ସିଂ ନିଜାରଙ୍କ ହତ୍ୟା ପାଇଁ ଦୋଷାରୋପ । କାନାଡାରେ ଖଲିସ୍ତାନୀ ନେତାଙ୍କ ସକ୍ରିୟ କାର୍ଯ୍ୟାକଳାପ ପୂର୍ବରୁ ରହିଛି । କାନାଡା ସରକାରଙ୍କ ପଦ କ୍ଷେପ ପରେ ଦ୍ୱିପାକ୍ଷିକ ସମ୍ପର୍କରେ ଅବନ୍ନତି ।
ପୂରା ମାମଲା ଶିଖ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡ ସହ ଜଡିତ । ଭାରତୀୟ କୂଟନୀତିଜ୍ଞ ଏହି ହତ୍ୟାକାଣ୍ଡର ତଦନ୍ତରେ ହସ୍ତକ୍ଷେପ କରୁଥିବା କାନାଡା ସରକାର ଅଭିଯୋଗ କରିଛି । ଏପରିକି ନିଜ୍ଜରଙ୍କ ହତ୍ୟା ପଛରେ ଭାରତ ସରକାରଙ୍କ ହାତ ଥାଇପାରେ ବୋଲି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ସେ କହିଛନ୍ତି, ଭାରତ ସରକାରଙ୍କ ଏଜେଣ୍ଟ ନିଜ୍ଜରଙ୍କ ହତ୍ୟା କରିଥିବା କାନାଡା ସୁରକ୍ଷା ଏଜେନ୍ସି ସନ୍ଦେହ କରୁଛି । ଏହାର ଯାଞ୍ଚ ମଧ୍ୟ କରାଯାଉଛି । ଗତ ଜୁନ ମାସରେ କାନାଡାର ଜଣେ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । କାନାଡାର ଏକ ଗୁରୁଦ୍ବାରା ନିକଟରେ ତାଙ୍କୁ କିଛି ଦୁର୍ବୁତ୍ତ ଗୁଳି ମାରି ହତ୍ୟା କରିଥିଲେ । ଖଲିସ୍ତାନୀ ଭାରତର ଅଖଣ୍ଡତା ପ୍ରତି ବିପଦ। କାନାଡାର ଏଭଳି ଅଭିଯୋଗ ଖଲିସ୍ତାନୀଙ୍କ ଉପରୁ ନଜର ହଟାଇବା ପାଇଁ । ଏହା ସହ କାନାଡାରେ ଚାଲିଥିବା ଭାରତ ବିରୋଧୀ କାର୍ୟ୍ୟକଳାପ ବିରୋଧରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବାକୁ କାନାଡା ସରକାରଙ୍କୁ ଅନୁରୋଧ କରିଛି ଭାରତ।
ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











