ନୂଆଦିଲ୍ଲୀ : ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲେ କାନାଡା ସରକାର । ଖଲିସ୍ତାନୀ ନେତାଙ୍କ ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଅଭିଯୋଗ । ଖଲିସ୍ତାନୀ ନେତା ହରିଦୀପ ସିଂ ନିଜାରଙ୍କ ହତ୍ୟା ପାଇଁ ଦୋଷାରୋପ । କାନାଡାରେ ଖଲିସ୍ତାନୀ ନେତାଙ୍କ ସକ୍ରିୟ କାର୍ଯ୍ୟାକଳାପ ପୂର୍ବରୁ ରହିଛି । କାନାଡା ସରକାରଙ୍କ ପଦ କ୍ଷେପ ପରେ ଦ୍ୱିପାକ୍ଷିକ ସମ୍ପର୍କରେ ଅବନ୍ନତି ।
ପୂରା ମାମଲା ଶିଖ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡ ସହ ଜଡିତ । ଭାରତୀୟ କୂଟନୀତିଜ୍ଞ ଏହି ହତ୍ୟାକାଣ୍ଡର ତଦନ୍ତରେ ହସ୍ତକ୍ଷେପ କରୁଥିବା କାନାଡା ସରକାର ଅଭିଯୋଗ କରିଛି । ଏପରିକି ନିଜ୍ଜରଙ୍କ ହତ୍ୟା ପଛରେ ଭାରତ ସରକାରଙ୍କ ହାତ ଥାଇପାରେ ବୋଲି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ସେ କହିଛନ୍ତି, ଭାରତ ସରକାରଙ୍କ ଏଜେଣ୍ଟ ନିଜ୍ଜରଙ୍କ ହତ୍ୟା କରିଥିବା କାନାଡା ସୁରକ୍ଷା ଏଜେନ୍ସି ସନ୍ଦେହ କରୁଛି । ଏହାର ଯାଞ୍ଚ ମଧ୍ୟ କରାଯାଉଛି । ଗତ ଜୁନ ମାସରେ କାନାଡାର ଜଣେ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । କାନାଡାର ଏକ ଗୁରୁଦ୍ବାରା ନିକଟରେ ତାଙ୍କୁ କିଛି ଦୁର୍ବୁତ୍ତ ଗୁଳି ମାରି ହତ୍ୟା କରିଥିଲେ । ଖଲିସ୍ତାନୀ ଭାରତର ଅଖଣ୍ଡତା ପ୍ରତି ବିପଦ। କାନାଡାର ଏଭଳି ଅଭିଯୋଗ ଖଲିସ୍ତାନୀଙ୍କ ଉପରୁ ନଜର ହଟାଇବା ପାଇଁ । ଏହା ସହ କାନାଡାରେ ଚାଲିଥିବା ଭାରତ ବିରୋଧୀ କାର୍ୟ୍ୟକଳାପ ବିରୋଧରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବାକୁ କାନାଡା ସରକାରଙ୍କୁ ଅନୁରୋଧ କରିଛି ଭାରତ।
ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର

Facebook
Twitter
LinkedIn
Facebook
Twitter
LinkedIn
Recent News
ଭିଜିଲାନ୍ସ ଜାଲରେ ସମବାୟ ସିମିତି ସମ୍ପାଦକ
ଆଳି : ଲାଞ୍ଚ ନେବା ବେଳେ ଧରା ପଡିଲେ ସମବାୟ ସମିତି ସଂପାଦକ । ଭିଜିଲାନ୍ସ ଜାଲରେ ମହୁ ପ୍ରାଥମିକ କୃଷି ସମବାୟ ସମିତି ସଂପାଦକ ।...
ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ
ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ ହୋଇଛି । ୯୧ ବର୍ଷ ବୟସରେ ଆଖି ବୁଜିଲେ ପଦ୍ମଶ୍ରୀ ବିନୋଦ ପଶାୟତ । ସମ୍ବଲପୁର...
ମୁମ୍ବାଇରେ ପ୍ରବଳ ବର୍ଷା , ଟ୍ରେନ-ବିମାନ ବାଧାପ୍ରାପ୍ତ
ମୁମ୍ବାଇ : ବର୍ଷାରେ ବେହାଲ୍ ହେଲାଣି ମୁମ୍ବାଇ। କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କାହା ଘରେ ପାଣି ପଶିଲାଣି...
ନିଟ ପିଜି ପରୀକ୍ଷାରେ ଅଲ ଇଣ୍ଡିଆ ଟପ୍ପର ହେଲେ ଓଡିଆ ପୁଅ
କଟକ : ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ ମଙ୍ଗଳବାର ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ୍ (ନିଟ୍ ପିଜି ୨୦୨୫)ର ପରୀକ୍ଷା...