ଭୁବନେଶ୍ୱର : ଆଜି ଗଣେଶ ଚତୁର୍ଥୀ । ଧରାପୃଷ୍ଠରେ ବିରାଜମାନ କରିଛନ୍ତି ପ୍ରଭୁ ଗଜାନନ । ଗାଁଠୁ ସହରର ସବୁଠି ଚଳଚଞ୍ଚଳ । ପୂଜା ପାଉଛନ୍ତି ପ୍ରଭୁ ଗଜାନନ । ପ୍ରାତଃ ସମୟରୁ ପ୍ରଭୁଙ୍କ ପୂଜା ପାଇଁ ହୋଇଛି ସମସ୍ତ ପ୍ରସ୍ତୁତି । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ମେଢ଼ ସାଜସଜ୍ଜା ହୋଇଛି । ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ । କେଉଁଠି ସପ୍ତାହେ ତ କେଉଁଠି ମାସେ ଧରି ଚାଲିବ ଗଣପତିଙ୍କ ପୂଜା । ମେଢବୁଲିବାକୁ ଲୋକ ବି ଭିଡ଼ ଜମାଉଛନ୍ତି । ତାସହ କେଉଁଠି ମୀନାବଜାର ବୁଲିବା ମଜା ଦ୍ବିଗୁଣିତ କରୁଛି । ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ଆଲୋକ ସଜ୍ଜାରେ ଝଟକୁଛି ବିଭିନ୍ନ ସହର । ଭୁବନେଶରର ବରଗଡ଼, ସହିଦନଗର ଓ ବରମୁଣ୍ଡା ରେ ଆକର୍ଷଣୀୟ ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି । କଟକରେ ସକାଳୁ ସକାଳୁ ଶିକ୍ଷାନୁଷ୍ଠାନ ଗୁଳିକ ଚଳଚଞ୍ଚଳ ହୋଇଉଠିଛି ।
Views: 84