ସୁନ୍ଦରଗଡ : ଚିନ୍ତା ବଢାଇଛି ସ୍କ୍ରବ୍ ଟାଇଫଓ । ସୁନ୍ଦରଗଡରେ ଆଉ ୩ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ । ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଜିଲ୍ଲାରେ ସ୍କ୍ରବ ଟାଇଫସ ପଜିଟିଭ ସଂଖ୍ୟା ୧୮୩କୁ ବୃଦ୍ଧି । ଦୁଇ ଦିନ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ ରହିଥିବା ବେଳେ ଏହା ରାଜ୍ୟରେ ସର୍ବାଧିକ ଥିଲା । ଏହି ରୋଗରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ସୂଚନା ମିଳିଛି ।
ସାଧାରଣ ଆଖିକୁ ଦେଖାଯାଉଥିବା ଲାର୍ଭାର କାମୁଡିବା ଦ୍ବାରା ଏହି ରୋଗ ହେଉଥିବା ବେଳେ ଜ୍ବର, ମୁଣ୍ଡବିନ୍ଧା, ଦେହ ହାତ ଦରଜ ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ଏହି ରୋଗରେ ଆକ୍ରାନ୍ତ ରୋଗୀ । ସାମାନ୍ୟ ଲକ୍ଷଣ ଥିବା ଏହି ରୋଗ ଠିକ ସମୟରେ ଚିକିତ୍ସା କରାନଗଲେ ଏହା ମାରାତ୍ମକ ହୋଇପାରେ । ବେଶୀ ଦିନ ଜ୍ବର ଲାଗି ରହିବା ପରେ ଶରୀରର ଏକାଧିକ ଅଙ୍ଗକୁ ନଷ୍ଟ କରିଥାଏ ଏହି ଭୁତାଣୁ ଯାହାଦ୍ବାରା ମଣିଷର ମୃତ୍ୟୁ ମଧ୍ୟ ହୋଇଥାଏ ।
Views: 82