The Ultimate Managed Hosting Platform
ADVERTISEMENT

ପୋଖରୀରୁ ଶିଶୁର ମୃତଦେହ ଉଦ୍ଧାର

Facebook
Twitter
LinkedIn

ଜଳେଶ୍ୱର : ପୋଖରୀରୁ ୨ ବର୍ଷର ଶିଶୁପୁତ୍ର ମୃତଦେହ ଉଦ୍ଧାର । ବସ୍ତା ଥାନା କୋଷଡିଆ ଗାଁରେ ଏକ ପୋଖରୀରୁ ଉଦ୍ଧାର । ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ଗତକାଲି ଘର ବାରଣ୍ଡାରେ ସନ୍ଧ୍ୟାରେ ଖେଳୁଥିଲା ୨ ବର୍ଷର ଛୁଆ। ମାତ୍ର ହଠାତ୍ ଗାଏବ ହୋଇଯିବା ସହ ସକାଳୁ ଦେଢ କିଲୋମିଟର ଦୂରରୁ ଏକ ପରିତ୍ୟକ୍ତ ପୋଖରୀରୁ ମିଳିଲା ମୃତଦେହ। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ କୁଶୁଡିହା ଗ୍ରାମର ଅରୁଣ ଜେନାଙ୍କ ୨ ବର୍ଷର କୁନିପୁଅ ରିତ୍ୱିକ ଗତକାଲି ଘର ବାରଣ୍ଡାରେ ମୋବାଇଲ ଧରି ଖେଳୁଥିବା ବେଳେ ନିଖୋଜ ହୋଇ ଯାଥିଲା। ପରିବାର ଲୋକ ବହୁ ଖୋଜା ଖୋଜି କରି ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ପିଲାକୁ କେହି ନେଇ ଯାଇଥିବା ସନ୍ଦେହ କରି ପରିବାର ଲୋକେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଆଜି ସକାଳେ ଗ୍ରମାର ଏକ ପରିତ୍ୟକ୍ତ ପୋଖରୀରେ ଶିଶୁଟିର ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ପିଲାଟି ଘର ଠାରୁ ଦେଢ କିଲୋମିଟର ଦୂରରେ ଥିବା ଏହି ପରିତ୍ୟକ୍ତ ପୋଖରୀକୁ ସେ କେମିତି ଆସିଲା ତାହା ଏବେ ସନ୍ଦେହ ଘେରରେ ରହିଛି। ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଘଠଣାର ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login