The Ultimate Managed Hosting Platform
ADVERTISEMENT

ସୁରେଖା ମୃତ୍ୟୁ ମାମଲାରୁ ହଟିଲା ପରଦା; ପ୍ରେମିକଙ୍କ ସହ ୨ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର: ରାଜଧାନୀସ୍ଥିତ ଭରତପୁର ଅଞ୍ଚଳରେ ହୋଇଥିବା ସୁରେଖା ପଲେଇଙ୍କ ମୃତ୍ୟୁ ମାମଲାର ଖୁଲାସା ହୋଇଛି । ଏହି ମାମଲାରେ ସମ୍ପୃକ୍ତ ତାଙ୍କ ପ୍ରେମିକଙ୍କ ସମେତ ୩ ଜଣକୁ କମିଶନରେଟ୍ ପୋଲିସ୍ ଗିରଫ କରିଛି । ପ୍ରେମିକଙ୍କ ସହ ଝଗଡ଼ା ହେବା ପରେ ଯୁବତି ଜଣକ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ତେବେ ସୁରେଖା ଆତ୍ମହତ୍ୟା କଲା ପରେ ମାଡ଼ ଭୟରେ ପ୍ରେମିକ ଜଣକ ଫେରାର ହୋଇଯାଇଥିଲା ବୋଲି ପୋଲିସକୁ କହିଛି ।

ସୂଚନାନୁଯାୟୀ, ଗତ ୯ ତାରିଖ ରାତିରେ ଭୋଜି କରୁଥିବା ବେଳେ ସୁରେଖା ଓ ତାଙ୍କ ପ୍ରେମିକ କୌଣସି କାରଣରୁ ଝଗଡ଼ା ଲାଗିଥିଲେ । ଏହା ପରେ ସୁରେଖା ଏକ କୋଠରି ଭିତରକୁ ଯାଇ ଭିତର ପଟୁ ବନ୍ଦ କରିଦେଇଥିଲେ । ସେହି ବନ୍ଦ କୋଠରୀରେ ସୁରେଖା ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ସୁରେଖାଙ୍କର ମୃତ୍ୟୁ ହୋଇଯାଇଥିବା ଦେଖି ପୋଲିସ ଭୟରେ ସୁରେଖାଙ୍କ ପ୍ରେମିକ ଓ ତାଙ୍କ ସାଙ୍ଗମାନେ ମିସି ମୃତ ଦେହକୁ ନେଇ ତାଙ୍କ ଘରେ ରଖିଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପର ଦିନ ସକାଳୁ ଏ ନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ମୃତ ଦେହକୁ ଜବତ କରି ପୋଷ୍ଟମଟମ ପାଇଁ ପଠାଇଥିଲା । ଏହା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ତେବେ ଏହି ମାମଲାର ଅଧିକ ତଦନ୍ତ ଜାରିରଖିଥିଲା କମିସନରେଟ ପୋଲିସ୍ । ଏଥିରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

କ୍ୟାବିନେଟ ବୈଠକରେ ବଡ ଘୋଷଣା , ୭ଟି ପ୍ରସ୍ତାବ ପାରିତ

ଭୁବନେଶ୍ୱର : ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସରିଲା ବୈଠକ । ଛଅଟି ବିଭାଗର ୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର । ସମବାୟ...

ADVERTISEMENT
ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ସିଏଚସି ସ୍ୱାସ୍ଥ୍ୟକର୍ମୀ

ରାୟଗଡା : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟକର୍ମୀ । ରାୟଗଡ଼ା ମୁନିଗୁଡା ସିଏଚସି ସ୍ୱାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତଙ୍କୁ ଧରିଛି ଭିଜିଲାନ୍ସ। ଜନ୍ମ ପ୍ରମାଣପତ୍ର ଦେବାକୁ ଜଣେ...

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟବାସୀଙ୍କୁ ଭୟଭୀତ ନ ହେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଏମ.ଏଲ.ଏ ଲ୍ୟାଡ ୱେବ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏମ.ଏଲ.ଏ ଲ୍ୟାଡ଼ ୱେବ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପୋର୍ଟାଲ ମାଧ୍ୟମରେ ବିଧାୟକମାନେ ସେମାନଙ୍କର ନିର୍ବାଚନ ମଣ୍ଡଳୀରେ...