The Ultimate Managed Hosting Platform
ADVERTISEMENT

କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ ୧୪୪ ଧାରା ଜାରି କଲା ପ୍ରଶାସନ

Facebook
Twitter
LinkedIn

ପୁରୀ : କୋଣାର୍କ ସୂର୍ଯ୍ୟମନ୍ଦିର ଉଠାଦୋକାନୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ୧୪୪ ଧାରା ଜାରି କଲା ପ୍ରଶାସନ । ଗତ ୧୨ ତାରିଖରେ ମନ୍ଦିରର ଉଭୟ ପାର୍ଶ୍ବରେ ଥିବା ଉଠାଦୋକାନୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାକୁ ନେଇ କୋଣାର୍କ ଥାନାରେ ଦୁଇଟି ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୋଲିସ । ସ୍ଥାନୀୟ ପ୍ରଶାସନ ଓ ପୋଲିସ ମିଳିତ ଭାବେ ଦୁଇ ଗୋଷ୍ଠୀ ସହ ଦୁଇଦିନ ଧରି ଆଲୋଚନା କରିଥିଲେ । କୋୖଣସି ସମାଧାନର ବାଟ ବାହାରି ପାରିଲା ନାହିଁ । ଫଳରେ ଉଠା ଦୋକାନୀଙ୍କ ପାଇ ୧୪୪ ଧାରା ଲାଗୁ ହୋଇଛି। ସମାଧାନ ନହେବା ଯାଏ ଦୋକାନ ଖୋଲିପାରିବେନି ବୋଲି କୁହାଯାଇଛି। ଦୁଇ ଗୋଷ୍ଠୀର ପ୍ରାୟ ୪୫୦ ବ୍ୟବସାୟୀଙ୍କ ଦୋକାନ ବନ୍ଦ ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login