ଭୁବନେଶ୍ୱର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହେଲା ଗାଇଡ୍ଲାଇନ୍ । କରୋନା ସଂକ୍ରମଣକୁ ନଜରରେ ରଖି ଗାଇଡଲାଇନ୍ ଜାରି କଲେ ଏସ୍ଆର୍ସି । ସ୍ୱାଜିକ ଦୂରତା ସହିତ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଭୋଟ ଗଣତି କେନ୍ଦ୍ର ଆଗରେ ଏକାଠି ହେବାକୁ ବାରଣ କରାଯାଇଛି । କରାଯାଇଥିବା ଗାଇଡଲାଇନ ଅନୁଯାୟୀ, ଶୁଭାଯାତ୍ରା, ରାଲି କିମ୍ବା ସମାବେସ ହୋଇପାରିବନାହିଁ । ବିଜୟ ଶୋଭାଯାତ୍ରାତ୍ରା ବେଳେ ବିଜୟୀ ପ୍ରାର୍ଥୀଙ୍କ ସହ ଦୁଇ ଜଣ ଯୋଗଦାନ କରିପାରିବେ ।
ପ୍ରଚାର ପାଇଁ କେବଳ ସୋସାଲ ମିଡିଆ ଓ ବୈଦ୍ୟୁତିକୁ ଗଣମାଧ୍ୟମକୁ ଅନୁମତି ଦିଆଯାଇଛି । କ୍ୟାମ୍ପେନିଂ ପାଇଁ ସର୍ବାଧିକ ୫ ଜଣକୁ ଅନୁମତି ଦିଆଯାଇଥିବା ବେଳେ, ସେମାନେ ଦ୍ୱାର ଦ୍ୱାର ଯାଇ ପ୍ରଚାର କରିପାରିବେ । ଏଥିରେ ସମସ୍ତେ ମାସ୍କ ବ୍ୟବହାର କାରିବା ବାଦ୍ୟତାମୂଳକ କରାଯାଇଛି । ଭୋଟରଙ୍କ ସହିତ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ବ୍ୟକ୍ତି ସମସ୍ତେ ମାସ୍କ ବ୍ୟବହାରକ କରିବା ବାଧ୍ୟତାମୂଳକ ।
ନିର୍ବାଚନରେ ଅଂଶଗ୍ରହଣ କରୁଥିବା ସମସ୍ତ ବ୍ୟକ୍ତି କୋଭିଡ୍ ଡବଲ ଡୋଜ୍ ନେବା ଜରୁରୀ । ଏହା ସହ କୋଭିଡ୍ ଗାଇଡ୍ ଲାଇନକୁ ପାଳନ ଉପରେ ସ୍ୱତସ୍ତ୍ର ନଜର ରଖାଯିବ । ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ଠାରେ ଯଦି କୌଣସି ଲକ୍ଷଣ ଦେଖାଦିଏ, ତେବେ ତାଙ୍କୁ ଏଥିରୁ ବାଦ ଦିଆଯିବ । ଭୋଟ ଦାନ କେନ୍ଦ୍ରକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯିବା ସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଏଥିରେ ବ୍ୟବହୃତ ସମସ୍ତ ଉପକରଣକୁ ମଧ୍ୟ ସାନିଟାଇଜ୍ କରାଯିବ ।
କଣ୍ଟେନମେଣ୍ଟ ଜୋନ୍ରୁ ଆସିଥିବା ବ୍ୟକ୍ତିଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ । ନୋମିନେସନ ସମୟରେ ପ୍ରାର୍ଥୀଙ୍କ ସହିତ କେବଳ ଜଣେ ନାମାଙ୍କନ ଦାଖଲ କରିବାକୁ ଯାଇପାରିବେ । ଏହି ସମୟରେ ମାତ୍ର ଗୋଟିଏ ଗାଡ଼ିକୁ ଅନୁମତି ଦିଆଯାଇଛି । କୋଭିଡ଼ ସଂକ୍ରମିତ ବ୍ୟକ୍ତି ନିଜ ପ୍ରସ୍ତାବ ଜରିଆରେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ଏଥି ସହ କଣ୍ଟେନମେଣ୍ଟ ଜୋନ ରେ ଥିବା ବୋଥକୁ ସ୍ଥାନାନ୍ତର କରାଯିବ । ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗାଇଡଲାଇନ୍ରେ ଉଲ୍ଲେଖ ରହିଛି ।