ଭୁବନେଶ୍ୱର : ୩୦ ଫୁଟ ଉଚ୍ଚ ଓଭରବ୍ରିଜରୁ ପଡି ଯୁବକ ମୃତ । ବାଇକରେ ଯାଉଥିବା ବେଳେ ବମିଖାଲ ଓଭରବ୍ରିଜରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଖସି ପଡିଥିଲା ବାଇକ । ଦୁର୍ଘଟଣାରେ ଜଣେ ଗୁରୁତର ଯୁବକ ମେଡିକାଲରେ ଭର୍ତ୍ତି । ମୃତକ ହେଲେ କେଦାରଗୌରି ବିହାର ଅଞ୍ଚଳର ସବ୍ୟସାଚୀ ପୃଷ୍ଟି । ଗୁରୁତର ଯୁବକ ହେଲେ ସୁନ୍ଦରପଦାର ସମିତ କୁମାର ପାତ୍ର । ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଗତକାଲି ଦୁଇଜଣ ଯୁବକ ବୁଲେଟରେ ଆସୁଥିବା ବେଳେ ବମିଖାଲ ଓଭର ବ୍ରିଜ ଡିଭାଇଡରରେ ବାଡେଇ ହୋଇ ତଳକୁ ଖସିପଡ଼ିଥିଲେ । ଘଟଣାସ୍ଥଳରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ଲକ୍ଷ୍ମୀ ସାଗର ଥାନା ପୋଲିସ ।
Views: 79