କଟକ : କଟକର ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଆଜି ଦିନ ୧୨ ଟାରେ ତିନି ଦଫା ଦାବିନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆମ୍ବେଦକର ସ୍ମୃତି ପରିଷଦର ସଭାପତି ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ପରିଷଦର ସଦସ୍ୟ ମାନେ ଦିନ ୧୧ ଟାରେ ପୁରୀଘାଟ ଥାନା ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି, ଚୌଧୁରୀ ବଜାର ସ୍ଥିତ ସିଏମସି କାର୍ୟ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିଏମସି କତ୍ତୃପକ୍ଷ ସହରର ବିଭିନ୍ନ ୱ।ର୍ଡ଼ ସହିତ ୫୬,୫୭,୫୮,୫୯ ନମ୍ବର ୱ।ର୍ଡ଼କୁ ସବୁ କ୍ଷେତ୍ରରେ ଅଣଦେଖା କରିଆସୁ ଥିବାବେଳେ, ଏହି ୪ ଗୋଟି ୱ।ର୍ଡ଼ରେ ଡେଙ୍ଗୁ ଏବଂ ମଶା ଦାଉରୁ ରକ୍ଷା ପାଇଁ ନିରୋଳା ପାଣିକୁ ମଶାତେଲ ଦର୍ଶାଇ ପକା ଯାଉଛି ବୋଲି ଆମ୍ବେଦକର ସ୍ମୃତି ପରିଷଦର ସଭାପତି ସୁକାନ୍ତ ସେଠୀ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ସିଏମସି କତ୍ତୃପକ୍ଷ ଉକ୍ତ ୪ଗୋଟି ୱ।ର୍ଡ଼ର ବସବାସ କରୁଥିବା ଗରିବ ବସ୍ତି ବାସିନ୍ଦାଙ୍କ ଘରକୁ ଯାଇ ଫଟୋ ଉଠାଇବା ସହ ଚିହ୍ନଟ ତାଲିକା ପ୍ରସ୍ତୁତ କରି ନେଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ସେମାନଙ୍କୁ ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ କରିବାର ନାଗନ୍ଧ ଧରୁ ନାହାନ୍ତି। ସେହିପରି ରାସ୍ତା ଘାଟ ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ରୁ ଏହାର ନିର୍ମାଣ କାର୍ୟ୍ୟ କରା ଯାଉନାହିଁ । ଯାହା ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏସବୁ ଦିଗରେ ସିଏମସି ମେୟର ଏବଂ କମିଶନର ତୁରନ୍ତ ଦୃଷ୍ଟି ଦେବା ନେଇ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସଭାପତି ସୁକାନ୍ତ ସେଠୀଙ୍କ ନେତୃତ୍ବରେ କେତେକ ସଦସ୍ୟ କମିଶନରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ମହିଳା ନେତ୍ରୀ ଅନିମା ନାୟକ , ଗୀତାଞଳି ସ୍ୱାଇଁ, ଚୈତନ୍ୟ ସାମଲ, ବଳରାମ ସ୍ୱାଇଁ, ଶ୍ୟାମ ସାମଲ, କିଶୋର ଚନ୍ଦ୍ର ଦାସ , ଅମର ସାମଲ ପ୍ରମୁଖ ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ।
ତିନି ଦଫା ଦାବି ନେଇ ସିଏମସି କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











