ନୂଆଦିଲ୍ଲୀ : ଏସିଆ କପ ୨୦୨୩ ସୁପର-୪ ମ୍ୟାଚରେ ଭାରତ ପାକିସ୍ତାନ ବିପକ୍ଷରେ ୨୨୮ରନର ବୃହତ ବିଜୟ କରିବା ପରେ ସମଗ୍ର ଭାରତରେ ଖୁସିର ମାହୋଲ । ଭାରତର ଏହି ବିଜୟ ପରେ ଜମ୍ମୁରେ ଲୋକେ ରାତିରେ ଉତ୍ସବ ମନାଇଥିଲେ । ଲୋକମାନେ ରାସ୍ତା ବାଣ ଫୁଟାଇ ଖୁସି କରିଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ୨୨୮ ରନରେ ପାକିସ୍ତାନକୁ ହରାଇ ଥିବା ବେଳେ ବିରାଟ କୋହଲି ଏହି ମ୍ୟାଚ୍ରେ ୪୭ ତମ ଦିନିକିଆ ଶତକ ହାସଲ କରିବା ସହିତ ଦିନିକିଆ କ୍ରିକେଟରେ ନିଜର ୧୩,୦୦୦ ରନ୍ ପୂରଣ କରିଛନ୍ତି । ସେହିପରି କେଏଲ୍ ରାହୁଲ ବହୁ ଦିନ ପରେ କମ୍ବ୍ୟାକ ମ୍ୟାଚରେ ଶତକ ହାସଲ କରିଛନ୍ତି । ପାକିସ୍ତାନକୁ ଏତେ ରନ୍ ବ୍ୟବଧାନରେ ହରାଇଛି ଭାରତ । ଟିମର ଏହି ବିଜୟକୁ ନେଇ ସାରା ଦେଶରେ ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ ହେଉଥିବା ଦେଖିବାକୁ ମିଳିଥିଲା । ଜମ୍ମୁ ଏବଂ ଗୁଜରାଟରେ ବାଣ ଫୁଟାଇଥିବା ବେଳେ ପଶ୍ଚିମବଙ୍ଗରେ ଲୋକମାନେ ତ୍ରିରଙ୍ଗା ଉଡାଇଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ବିଭିନ୍ନ ମଜାଦାର ମିମ୍ ପ୍ରସ୍ତୁତ କରି ସେୟାର କରୁଛନ୍ତି ।
ପାକିସ୍ତାନ ଉପରେ ଭାରତ ବୃହତ ବିଜୟ ଉତ୍ସବ ମନାଇଲେ ଫ୍ୟାନ୍ସ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...