ନୂଆଦିଲ୍ଲୀ : ଏସିଆ କପ ୨୦୨୩ ସୁପର-୪ ମ୍ୟାଚରେ ଭାରତ ପାକିସ୍ତାନ ବିପକ୍ଷରେ ୨୨୮ରନର ବୃହତ ବିଜୟ କରିବା ପରେ ସମଗ୍ର ଭାରତରେ ଖୁସିର ମାହୋଲ । ଭାରତର ଏହି ବିଜୟ ପରେ ଜମ୍ମୁରେ ଲୋକେ ରାତିରେ ଉତ୍ସବ ମନାଇଥିଲେ । ଲୋକମାନେ ରାସ୍ତା ବାଣ ଫୁଟାଇ ଖୁସି କରିଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ୨୨୮ ରନରେ ପାକିସ୍ତାନକୁ ହରାଇ ଥିବା ବେଳେ ବିରାଟ କୋହଲି ଏହି ମ୍ୟାଚ୍ରେ ୪୭ ତମ ଦିନିକିଆ ଶତକ ହାସଲ କରିବା ସହିତ ଦିନିକିଆ କ୍ରିକେଟରେ ନିଜର ୧୩,୦୦୦ ରନ୍ ପୂରଣ କରିଛନ୍ତି । ସେହିପରି କେଏଲ୍ ରାହୁଲ ବହୁ ଦିନ ପରେ କମ୍ବ୍ୟାକ ମ୍ୟାଚରେ ଶତକ ହାସଲ କରିଛନ୍ତି । ପାକିସ୍ତାନକୁ ଏତେ ରନ୍ ବ୍ୟବଧାନରେ ହରାଇଛି ଭାରତ । ଟିମର ଏହି ବିଜୟକୁ ନେଇ ସାରା ଦେଶରେ ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ ହେଉଥିବା ଦେଖିବାକୁ ମିଳିଥିଲା । ଜମ୍ମୁ ଏବଂ ଗୁଜରାଟରେ ବାଣ ଫୁଟାଇଥିବା ବେଳେ ପଶ୍ଚିମବଙ୍ଗରେ ଲୋକମାନେ ତ୍ରିରଙ୍ଗା ଉଡାଇଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ବିଭିନ୍ନ ମଜାଦାର ମିମ୍ ପ୍ରସ୍ତୁତ କରି ସେୟାର କରୁଛନ୍ତି ।
ପାକିସ୍ତାନ ଉପରେ ଭାରତ ବୃହତ ବିଜୟ ଉତ୍ସବ ମନାଇଲେ ଫ୍ୟାନ୍ସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











