The Ultimate Managed Hosting Platform
ADVERTISEMENT

ହାତୀ ପାଇଁ ବନ କର୍ମଚାରୀଙ୍କୁ ମାଡ

Facebook
Twitter
LinkedIn

ବଣାଇ : ହାତୀ ଉପଦ୍ରବ ପାଇଁ ବନ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ମାଡ । ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡା ଥାନା ବାଙ୍କୀ ରେଂଜ ତାଲବାହାଲି ଗାଁର ଘଟଣା । ହାତୀ ଘଉଡାଇବାକୁ ଯାଇଥିବା ବେଳେ ବନକର୍ମଚାରୀଙ୍କୁ ଆକ୍ରମଣ । ଜଣେ ବମ କର୍ମଚାରୀ ଆହତ , ବନ ବିଭାଗ ପକ୍ଷରୁ ଥାନାରେ ଏତଲା । ୨ଟି ଦନ୍ତା ହାତୀ ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଥିଲେ। ହାତୀ ଉଉଡାଇବାକୁ ଯାଇଥିବା ଏକ ୧୦ଜଣିଆ ସ୍କାଡ ଟିମ୍ କୁ ଅଟକାଇ ଲୋକେ ମାଡ ମାରିଛନ୍ତି। ଏନେଇ ଲହୁଣୀପଡା ଥାନାରେ ବନବିଭାଗ ପକ୍ଷରୁ ଅଭିଯୋଗ ହୋଇଥିବା ବାଙ୍କୀ ରେଞ୍ଜର କହିଛନ୍ତି । ଏହି ଦୁଇଟି ହାତୀ ଏବେ ପୁଣି ଦୀର୍ଘ ୧୫ ଦିନ ପରେ ଜାତୀୟ ରାଜପଥ ୧୪୩ ଦେଇ ବଣାଇ ରେଞ୍ଜର ଧରଣୀ ଧର ପାଲି ସେକ୍ସନର ବାଗିଆ କୁଚା ଜଙ୍ଗଲକୁ ଫେରିଛନ୍ତି । ଫଳରେ ବଣାଇ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login